ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଟିଟିଲାଗଡ଼ ଆହାର କେନ୍ଦ୍ର ପରିଦର୍ଶନ କରି ଖାଇଲେ ଆହାର : ୫ ଟଙ୍କିଆ ମିଲ୍‌ରେ ପୁରୁନି ପେଟ ବୋଲି କଲେ ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ସାମ୍ନାରେ ଥିବା ଆହାର କେନ୍ଦ୍ର ପରିଦର୍ଶନରେ ଆସିଥିଲେ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଏବଂ କିଛି କାଉନ୍‌ସିଲର । ପରିଦର୍ଶନ କରିବା ସମୟରେ ଖାଉଥିବା କିଛି ଲୋକ ପେଟ ପୁରୁ ନ ଥିବା ଅଭିଯୋଗ କରିଥିଲେ । ଏହାପରେ ପରିଦର୍ଶନରେ ଆସିଥିବା ସମସ୍ତ ଅତିଥି ବୃନ୍ଦ ଆହାର କେନ୍ଦ୍ରରେ ବସି ଖାଦ୍ୟ ଖାଇଥିଲେ । ଖାଦ୍ୟ ସୁସ୍ୱାଦୁ ଥିବା ବେଳେ ଦିଆ ଯାଉଥିବା ଖାଦ୍ୟର ପରିମାଣ କମ୍‌ ଦେଉଥିବା ଯୋଗୁଁ ପେଟ ପୁରୁ ନ ଥିବା ଅଭିଯୋଗ ହେଉଛି । ସରକାରଙ୍କ ନିୟମ ଅନୁଯାୟୀ ପେଟପୁରା ଖାଦ୍ୟ ଦେଲେ ବହୁତ ଅସହାୟ ଲୋକ ଉପକୃତ ହୋଇପାରନ୍ତେ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଜୈନ କହିଛନ୍ତି । ଏହା ସହ ସେବା ଯୋଗାଉଥିବା ସଂସ୍ଥା ବା ଗ୍ରୁପ ଏ ଦିଗରେ ଧ୍ୟାନ ଦେବାକୁ ତାଗିଦ କରିଛନ୍ତି । ଏହି ପରିଦର୍ଶନ ସମୟରେ ପୌରନିର୍ବାହୀ ଅଧିକାରୀ ଶ୍ରୀ ଧରୁଆ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.