ମଙ୍ଗଳପୁର ମହିମା ଆଶ୍ରମରେ ନବାନ୍ନ ଲାଗି ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ହାତୀ ନଦୀ ବେରେଜ ତଟ ପାହାଡ ଉପରେ ପ୍ରକୃତିର ଗନ୍ତାଘର ସାଜିଥିବା ମହିମା ଆଶ୍ରମରେ ନବାନ୍ନ ଲାଗି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରାବଣ ଶୁକ୍ଳ ଷଷ୍ଠୀରେ ଆୟୋଜିତ ଘୃତ ଯଜ୍ଞରେ ସାମିଲ ହେବା ସହ ସପ୍ତମୀ ତିଥିର ଅମୃତ ବେଳାରେ ଟୋଲ ବାମନି ଗୁଡା ଆଶ୍ରମର ସାଧୁ ମଦନ ବାବାଙ୍କ ତତ୍ତ୍ଵାବଧାନରେ ବିଶ୍ଵ ଶାନ୍ତିର କାମନା କରି ନବାନ୍ନ ଭକ୍ଷଣ କରାଯାଇଥିଲା । ସାଧୁ ଉଦ୍ଧବ ଦାସ, ଧର୍ମାନନ୍ଦ ଦାସ, ଗୁଣ ବୈରାଗୀ ପ୍ରମୁଖ ଉପସ୍ଥିତ ରହି ଯଜ୍ଞ କର୍ମ କରିଥିବା ବେଳେ ସାଧୁ ମହେନ୍ଦ୍ର ଦାସ ଯଜ୍ଞର ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ ।

jittmm
Leave A Reply

Your email address will not be published.