csstore

ହର ଘର ତ୍ରିରଙ୍ଗା ଅବସରରେ ବିଶାଳ ପଟୁଆର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଏକ ବିଶାଳ ପଟୁଆର ତ୍ରିରଙ୍ଗାରେ ସଜେଇ ହୋଇ ନଗର ପରିକ୍ରମା କରିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କର ଛାତ୍ରଛାତ୍ରୀ, ସ୍ଵୟଂ ସହାୟିକା ଗୋଷ୍ଠୀ, ବିଭିନ୍ନ କର୍ମଚାରୀ, ସ୍ୱେଚ୍ଛା ସେବୀ ସଂଗଠନ, ଅବସର ପ୍ରାପ୍ତ କର୍ମଚାରୀ, ବୁଦ୍ଧିଜୀବୀ ମାନେ ସାମିଲ ହୋଇ ସ୍ଥାନୀୟ ଦୁର୍ଗା ମନ୍ଦିରରୁ ବ୍ଲକ ପରିସର ପର୍ଯ୍ୟନ୍ତ ଏକ ବିଶାଳ ପଟୁଆରରେ ପରିକ୍ରମା କରିଥିଲେ । ଭାରତମାତାକୁ ଜୟ ଉଦ୍‌ଘୋସରେ ୭୮ତମ ସ୍ଵାଧୀନତା ଦିବସ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ ଏନ୍‌ଡିସିସି ଦ୍ଵାରା ୪ କିଲୋ ମିଟର ବ୍ୟାପି ଏକ ମାରାଥନ ଦୌଡ଼ର ଆୟୋଜନ କରାଯାଇଥିଲା । ବିଡିଓ ଧର୍ମ ରାଜ ମାଝୀ, ତହସିଲଦାର ରଘୁନାଥ ମୁଣ୍ଡାରୀ ନେତୃତ୍ୱ ନେଇଥିବା ବେଳେ ଭାରତୀୟ ରାଜସ୍ୱ ସେବା ଅବସରପ୍ରାପ୍ତ ଗଙ୍ଗାଧର ମାଝୀ, ପ୍ରକାଶ ଦୂରିଆ, ମନୋଜ ପାତ୍ର, ଦିବାକର ପଟ୍ଟନାୟକ, ଅବିନାଶ ନନ୍ଦ, ସକଲେଶ୍ୱର୍ ମିଶ୍ର, ଅନନ୍ତ ପଟ୍ଟନାୟକ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.