ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଦେବଦର୍‌ହା : ସରକାର ଦୃ‌ଷ୍ଟି ଦିଅ‌ନ୍ତୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆମ ଅଂଚଳରେ ଥିବା ଦେବଦରହା ଦୀର୍ଘ ବର୍ଷ ହେଲା ପୂଜା ପାଉଛନ୍ତି ଦେବଙ୍କ ଦେବ ପ୍ରଭୂ ମହାଦେବ ପ୍ରଭୂ ମହାଦେବ ଙ୍କ ଭୂମି ରୂପେ ପରିଚିତ ଦେବଦରହା ଆଜି କେତେ ବିକଶିତ ଜଣେ ସେଠାକୁ ଗଲେ ଠିକ୍‌ ଭାବେ ଜାଣି ପାରିବ। ସୁନ୍ଦର ବନ ପାହାଡ଼ ମଧ୍ୟରେ ବହି ଯାଇଛି ସୁରଙ୍ଗୀ ନଦୀ । ନଦୀ ଗର୍ଭରୁ ତଳ ଯାଏ ମନଲୋଭା ଦୃଶ୍ୟ ସହ ନିଆରା ଅନୁଭୂତି । କୁହାଯାଏ ସ୍ୱର୍ଗୀୟ ଅନୁଭୂତି ଠାରୁ କମ୍‌ ନୁହେଁ ।

ବଣଭୋଜି ପାଇଁ ଉଦ୍ଦି‌ଷ୍ଟ ‌ସ୍ଥାନ ହୋଇଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ସରକାର ଯଦି ଟିକିଏ ନଜର ଦିଅନ୍ତେ, ହୁଏତ ଆଗାମୀ ଦିନରେ ଏହାର ପ୍ରଚାର ଓ ପ୍ରସାର ଆହୁରି ହୁଅନ୍ତା ବୋଲି ଆଶା କର‌ନ୍ତି ଅଂଚଳର ଲୋକେ । ଆମ ଅଞ୍ଚଳରେ ଥିବା ସମସ୍ତ ଦର୍ଶନୀୟ ସ୍ଥାନ ତଥା ଏହାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା ତଥା ଲୋକଲୋଚନକୁ ଆଣିବା ପାଇଁ ଏହି ଉପସ୍ଥାପନ ମାତ୍ର ।

ଦୁଃଖ ଲାଗେ ଯେ, ରାଜ୍ୟରୁ ଓ ରାଜ୍ୟ ବାହାରୁ ହଜାର ହଜାର ଲୋକଙ୍କ ସମାଗମ ହୁଏ ଏଇଠି, ବଣଭୋଜି ହେଉ କି ଭ୍ରମଣ ବା ଦେବଦର୍ଶନ ପାଇଁ । ହେଲେ କାହାରି ନଜରକୁ ଆସିନାହିଁ ଏଠାରେ ଥିବା ଅସୁବିଧା । ସମସ୍ତଙ୍କ ମା’ ଭଉଣୀ ସମାନ । ଏଠାରେ ଯଦି ମହିଳା‌ଙ୍କ ପାଇଁ ଶୌଚାଳୟ ପାଇଁ ତଥା ତାଙ୍କ ସୁରକ୍ଷା ଦୃଷ୍ଟିରୁ ଗୋଟେ ପୋଲିସ ଫାଣ୍ଡିର ବ୍ୟବ‌ସ୍ଥା ହୁଅନ୍ତା, ଲୋକେ ସୁରକ୍ଷିତ ମନେ କରନ୍ତେ ବୋଲି ଆଶା । ଉଲ୍ଲେଖ ଥାଉ କି, ମହାଶିବରାତ୍ରୀ ଓ ଶ୍ରାବଣ ମାସରେ ଲୋକେ ଖୁବ୍‌ ହନ୍ତସନ୍ତ ହୋଇଥାନ୍ତି, ଯେହେତୁ ଏଠାରେ ବିଦ୍ୟୁତର ଅସୁବିଧା ଅଛି । ସରକାରଙ୍କୁ ନିବେଦନ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଖଣିଜ ସମ୍ପଦରେ ଭରପୂର ଥିବା ଏହି ଦେବଙ୍କ ଭୂମି ଦେବଦର୍‌ହାର ସୁରକ୍ଷା ତଥା ଅତ୍ୟାଧୁନିକ ସୌନ୍ଦର୍ଯ୍ୟ ପାଇଁ ବିଚାର କରନ୍ତୁ ଓ ଲୋକଙ୍କ ହିତରେ ବିହିତ କାର୍ୟ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ।

Leave A Reply

Your email address will not be published.