ତେଲରେ ଅପମିଶ୍ରଣ : ଭାସୁଛି ଜେଲି ଭଳି ପଦାର୍ଥ, ସାମ୍ପୁଲ ନେଲା ପୋଲିସ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ପେଟ୍ରୋଲରେ ଭାସୁଛି ଜେଲି ଭଳି ପଦାର୍ଥ । ଅପମିଶ୍ରଣ ତେଲ ପକାଇବା ଯୋଗୁଁ ଗାଡି ଖରାପ ହେଉଛି । ଏମିତି ଏକାଧିକ ଅଭିଯୋଗ ପରେ ଉତ୍ତେଜନାକୁ ଦେଖି ପୋଲିସ ସାମ୍ପୁଲ ସଂଗ୍ରହ କରିଛି । ଭଦ୍ରକ ସହର ମଧ୍ୟରେ ଥିବା ବର୍ଷା ଫୁଏଲ୍‌ସ୍‌ ବିରୋଧରେ ଏମିତି ଅଭିଯୋଗ ଆସିଛି । ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ ଗାଡିରେ ପେଟ୍ରୋଲ ପକାଇବା ପରେ ଗାଡି ଅଧା ରାସ୍ତାରେ ଖରାପ ହୋଇଥିଲା । ଗ୍ୟାରେଜରେ ଗାଡିର ଟାଙ୍କିରୁ ତେଲ ବାହାର କରିବା ପରେ ତେଲରେ ଜେଲି ଭଳି ସାମଗ୍ରୀ ଭାସୁଥିବା ଦେଖିବା ପାଇଁ ମିଳିଥିଲା । ଏହି ଭଳି ଏକାଧିକ ଅଭିଯୋଗ ପରେ ଟାଙ୍କିରେ ଉତ୍ତେଜନା ଦେଖାଦେଇଛି । ଟାଙ୍କି ତରଫରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ତେଲ ବିକ୍ରି ବନ୍ଦ ରହିଛି । ଭଦ୍ରକ ସହରାଞ୍ଚଳ ପୋଲିସ ପହଞ୍ଚି ପେଟ୍ରୋଲର ସାମ୍ପୁଲ ସଂଗ୍ରହ କରିଛି । ଟାଙ୍କିର ମ୍ୟାନେଜର୍‌ କହିଛନ୍ତି ଯେ, ଆମେ ତେଲ ବିକ୍ରି ବନ୍ଦ କରିଛୁ । ସେଲ୍‌ସ୍‌ ବିଭାଗକୁ ଅବଗତ କରିଛୁ । ରିପୋର୍ଟ ଆସିବା ପରେ ସତ କଣ ଜଣାପଡିବ ।

Leave A Reply

Your email address will not be published.