ଉଲିସିର୍କା ଠାରେ ଧରା ପଡିଲେ ୨ ଲୁଟେରା : ଜଣେ ଫେରାର୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବୁଧବାର ସନ୍ଧ୍ୟାରେ ନର୍ଲା ଥାନା ଅନ୍ତର୍ଗତ ଉଲିଶିର୍କା ଗ୍ରାମ ନିକଟରେ ସାଗରା ମେନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ର ଏଜେଣ୍ଟ ଗ୍ରୁପ୍ କଲେକ୍ସନ୍‌ କରି ଫେରୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ବାଇକ୍‌ରେ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏହାସହ ଫାଇନାନ୍ସ ଏଜେଣ୍ଟଙ୍କ ଠାରୁ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ନେଇ ଫେରାର୍‌ ମାରୁଥିବା ବେଳେ ଏଜେଣ୍ଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୨ ଜଣ ଲୁଟେରାଙ୍କୁ ଗ୍ରାମବାସୀ କାବୁ କରି ନର୍ଲା ପୋଲିସକୁ ହସ୍ତାନ୍ତର କରିଥିଲେ । ଅନ୍ୟଜଣେ ଲୁଟେରା ଟଙ୍କା ବ୍ୟାଗ୍ ଓ ମୋବାଇଲ ନେଇ ଫେରାଇ ହେବାରେ ସକ୍ଷମ ହୋଇଥିଲା । ଉକ୍ତ ବ୍ୟାଗରେ ୮୦ ହଜାରରୁ ଅଧିକ ଟଙ୍କା ଥିବା ସୂଚନା ମିଳିଛି । ନର୍ଲା ପୋଲିସ ୨ ଚୋରଙ୍କୁ ନର୍ଲା ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.