lika

ରାଜ୍ୟରେ ଆଜି ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

gbag

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୪୫ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୧୬, ବରଗଡ଼ରୁ ୧୩, ଭଦ୍ରକରୁ ୩, ବଲାଙ୍ଗିରରୁ ୪୦, ବୌଦ୍ଧରୁ ୨, କଟକରୁ ୫, ଦେଓଗଡରୁ ୩, ଢେଙ୍କାନାଳରୁ ୧, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୬, କେନ୍ଦ୍ରାପଡ଼ାରୁ ୫, କେଉଁଝରରୁ ୧୦, ଖୋର୍ଦ୍ଧାରୁ ୨୫, ମାଲକାନଗିରିରୁ ୪, ମୟୁରଭଂଜରୁ ୧୩, ନୟାଗଡରୁ ୨, ନୂଆପଡ଼ାରୁ ୭, ପୁରୀରୁ ୬, ରାୟଗଡାରୁ ୧, ସମ୍ବଲପୁରରୁ ୩, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୨୯ ଓ ଷ୍ଟେଟ ପୁଲ୍‌ରୁ ୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୨୧୬୩ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

sandip
Leave A Reply

Your email address will not be published.