ଲେବଡା ଅଞ୍ଚଳର ୪ଜଣ ସ୍ଵେଚ୍ଛାସେବୀ ଗୋଟିଏ ଦିନରେ ରକ୍ତଦାନ କରି ଅସହାୟଙ୍କ ଜୀବନ ବଞ୍ଚାଇଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଦିଗସିରା ପଞ୍ଚାୟତ ଗୌଡତୁଲା ଗ୍ରାମର ଚୁଲେଶ୍ୱରୀ ସାହୁ(୨୬)ଙ୍କ ଶରୀରର ରକ୍ତ ୫.୦ ଓ ମୁରିବାହାଲ ବ୍ଲକ ଚାଉଳଫୁପୁଡ଼ା ଗ୍ରାମର ଦେବକୀ ତାଣ୍ଡି (୪୫) କିଡନୀ ରୋଗରେ ପୀଡିତ ଥିବା ବେଳେ ତାଙ୍କ ରକ୍ତ ୬.୪ ହୋଇଯାଇଥିଲା । ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଉଭୟ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସା କରୁଥିବା ଡାକ୍ତର ପରିବାରବର୍ଗଙ୍କୁ ଶୀଘ୍ର ରକ୍ତ ଯୋଗାଡ କରିବାକୁ କହିବାରୁ ସେମାନେ ରକ୍ତଦାତା ଖୋଜୁଥିଲେ । ତେବେ ଏ ବିଷୟରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ଜିଲ୍ଲା ସଭାପତି ଜୟନ୍ତ କୁମାର ସାହୁଙ୍କ ସହିତ ଲେବଡା ପଞ୍ଚାୟତ ଲେବଡ଼ା ଗ୍ରାମର ସୁଶାନ୍ତ କୁମାର ସାହୁ ଓ+ ଗ୍ରୁପ, ଦେବବ୍ରତ ସାହୁ ଓ+, ନୀଳମାଧବ ବଗର୍ତ୍ତି ବି+, ଓ ଜନ୍ମେଜୟ ସାହୁ ବି+ ଗ୍ରୁପର ରକ୍ତ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ସ୍ଵେଚ୍ଛାସେବୀମାନଙ୍କ ସହ ସହଯୋଗୀ ପ୍ରବୀଣ ସାହୁ, ଶଙ୍କର ମାଝୀ, ନବୀନ ତାଣ୍ଡି ମଧ୍ୟ ଖବର ପାଇବା ମାତ୍ରେ ଟିଟିଲାଗଡ଼ ଡାକ୍ତରଖାନାକୁ ପହଞ୍ଚିଥିଲେ । ରକ୍ତ ନମୁନା ପରୀକ୍ଷା ପରେ ସମସ୍ତେ ରକ୍ତଦାନ କରିଥିବା ସୂଚନା ମିଳିଛି । ଏଭଳି ସ୍ଵେଚ୍ଛାକୃତ ରକ୍ତଦାନ କରି ଅସହାୟଙ୍କ ଜୀବନ ବଞ୍ଚାଇ ଥିବା ୪ ଜଣ ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟକୁ ସମଗ୍ର ଅଞ୍ଚଳର ଲୋକେ ଭୂରି ଭୂରି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.