csstore

ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବନ୍ଧୁ ମିଳନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ ଠାରେ ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅସିତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ବଳରାମ ଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଭାଗବତ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶବ୍ଦ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଜାତୀୟସ୍ତରରେ ମିଳିବା ଉଚିତ୍ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରଭାସ ସିଂ ଯୋଗଦେଇ ୱେବ୍ ମିଡ଼ିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଗଣ ମାଧ୍ୟମର ସକାରାତ୍ମକ ଭୂମିକା ସହିତ ସମାଜ କଲ୍ୟାଣରେ ରହିଥିବା ପ୍ରମୁଖ ଭୂମିକା ସମ୍ବନ୍ଧରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ ବିଜେପି ନେତା ଡି. ମୁରଲୀ କ୍ରିଷ୍ଣା ଯୋଗଦେଇ ମିଡ଼ିଆ କାମଳ ସାମ୍ବାଦିକତାରୁ ନିଜକୁ ଦୂରେଇ ରଖି ନିରପେକ୍ଷ ଓ ସତ୍ୟ ଆଧାରିତ ଖବର ପରିବେଷଣ କରିବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ । ସାମ୍ବାଦିକ ରଞ୍ଜନ ଦେବତା ସାମ୍ବାଦିକ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ସମାଧାନ ଦିଗରେ ସରକାରଙ୍କ ଉଦାରତାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ସଂଘର ଉପ ସଭାପତି ଧିରେନ୍ ମହାନ୍ତି ସ୍ଵାଗତ ଅଭିଭାଷଣ ପ୍ରଦାନ ସହିତ ସଂଘର ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଓ ଅର୍ଚ୍ଚନା ବାଗ ସଂଯୋଜନା କରିଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ରୁଦ୍ର ପ୍ରତାପ ମହାନନ୍ଦ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନ ଓ ସମାଜ ସେବୀ ବ୍ୟକ୍ତି ବିଶେଷଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅତିଥି ମାନଙ୍କୁ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ସମସ୍ତ ସଦସ୍ୟ ସଦସ୍ୟା ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ଦ୍ୱିତୀୟ ଅଧିବେଶନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଏହି ଅବସରରେ ବିଭିନ୍ନ ଜିଲ୍ଲାର ଶତାଧିକ ୱେବ୍ ମିଡ଼ିଆ ସାମ୍ବାଦିକ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.