oom

ବଙ୍ଗୋମୁଣ୍ଡାରେ ଶ୍ରୀମଦ ଭାଗବତ ସପ୍ତାହ କଥାମୃତ ପାଇଁ କଳସ ଶୋଭାଯାତ୍ରା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ଠାରେ ଶ୍ରୀମଦ ଭାଗବତ ସପ୍ତାହ କଥାମୃତ ପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ଠାରେ ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନ ବ୍ରହ୍ମପୁର ଓ ସାର୍ବଜନୀନ ଶ୍ରୀମଦ ଭାଗବତ ସପ୍ତାହ କଥାମୃତ କମିଟି ବଙ୍ଗୋମୁଣ୍ଡା ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି । ପ୍ରଥମେ ଅଗ୍ରସେନ ଭବନ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ବଙ୍ଗୋମୁଣ୍ଡା କିଆବନ୍ଧରୁ କଳସ ଆଣି ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ତଥା ନିମନ୍ତ୍ରଣ କରି ବଙ୍ଗୋମୁଣ୍ଡା ଗ୍ରାମ ପରିକ୍ରମା କରିବା ପରେ ପୂଜାସ୍ଥଳରେ ପହଞ୍ଚି ସ୍ଥାପନ କରାଯାଇଥିଲା । ପୂଜ୍ୟ ସଦ୍‌ ଗୁରୁଦେବ କ୍ରିଷ୍ଣା ଭୈୟା ଜୀ, ସ୍ୱାମୀ ବିସୁଦ୍ଧାନନ୍ଦ ମହାରାଜ ଶାସ୍ତ୍ରୀଜୀ ଯୋଗଦେଇଛନ୍ତି । ୨୫ ତାରିଖ ଦିନ ସକାଳରେ ପୂଜା ଆରମ୍ଭ ହେବ । ୨୫ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନ ୪.୩୦ରୁ ୮ଟା ପର୍ଯ୍ୟନ୍ତ ଭାଗବତ କଥାମୃତ ଅନୁଷ୍ଠିତ ହେବ । ୧ ତାରିଖରେ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.