ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ବଣାଇମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗତ ତା.୨୦.୦୭.୨୦୨୪ ଦିନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ଯୋଶୀ ଏବଂ ପ୍ରାକ୍ତନ ସି. ଆର୍. ସି. ସି. ଅନାଦି ବିଶିଙ୍କ ସମ୍ମାନାର୍ଥେ କ୍ଲଷ୍ଟରସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ସ୍କୁଲ ପ୍ରଧାନଶିକ୍ଷକ ଶେଷଦେବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପାଟଣାଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବୃନ୍ଦାବନ ନାଗ ମୁଖ୍ୟ ଅତିଥି, ସି. ଆର୍. ସି. ସି. ଭକ୍ତବନ୍ଧୁ ବିଶ୍ୱାଳ, ବ୍ଲକ୍ ପ୍ରାଥମିକ ସଂଘ ସଂପାଦକ ଦେବକାନ୍ତ ମେହେର ଓ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଉଭୟ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ଏବଂ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସେମାନଙ୍କର ଗୁଣଗାନ କରିବା ସହ ଆଦର୍ଶ ବ୍ୟକ୍ତିତ୍ୱକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରଧାନଶିକ୍ଷକ ରାମଚନ୍ଦ୍ର ଧରୁଆ ମଞ୍ଚ ପରିଚାଳନା ଏବଂ ସନ୍ତୋଷିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.