ଅଘରିଆ ସମାଜ ତରଫରୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାହ୍ନ ୪ଟା ସମୟରେ ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ତରଫରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାକୁ ଅଘରିଆ ଭବନ କନ୍ଧପାଲି ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଥିଲା । ସାଧାରଣ ସମ୍ପାଦକ ଦିଗାମ୍ବର ନାଏକଙ୍କ ସଂଯୋଜନାରେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ କରାଯାଇଥିଲା । ସମାଜର ସମସ୍ତ କମିଟି ତରଫରୁ ମନ୍ତ୍ରୀଙ୍କୁ ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୂର୍ବ ସରକାର ଭୁବନେଶ୍ୱର ଠାରେ ମଞ୍ଜୁର କରୁଥିବା ଭୂମି ଓ ଅନୁଦାନକୁ ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା ୫-ଟି ଜିଲ୍ଲାର ଅଘରିଆ ସମାଜର ହିତ ଦୃଷ୍ଟିରୁ ଏକ ଅନାମଧେୟ ଅଘରିଆ ସମାଜରୁ ଫେରାଇଆଣି ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ସଭାରେ ୪ ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ୧୮ ଗୁଡ଼ି ସଭାପତି ଓ କର୍ମକର୍ତ୍ତା, କେନ୍ଦ୍ର କମିଟି, ଉପଦେଷ୍ଟା କମିଟି, ମହିଳା ମଞ୍ଚ, ଯୁବା ମଞ୍ଚ, କୃଷକ ମଞ୍ଚ, ପୁସ୍ତକ କମିଟି, ନିର୍ମାଣ କମିଟି, ଶିକ୍ଷା କମିଟି, କନ୍ଧପାଲି, ଆର୍‌. ଆର୍‌. କଲୋନୀ ଓ ଆଖପାଖ ଅଞ୍ଚଳର ସମାଜ ଭାଇଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.