ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଜୁଲାଇ ୪ ତାରିଖ ଗୁରୁବାର ଦିନ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସଂକୄତ ଶିକ୍ଷକ ରାଜକିଶୋର ପଣ୍ଡା ଓ ଖେଳ ଶିକ୍ଷକ ହରେକୃଷ୍ଣ ନାଏକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଶେଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାକୁ ହିନ୍ଦୀ ଶିକ୍ଷକ ପ୍ରଭାତ ସାହୁ ପରିଚାଳନା କରିଥିଲେ । ଗଛର ଉପକାରିତା ବିଷୟରେ ବିଜ୍ଞାନ ଶିକ୍ଷକ ବାବୁଲୁ ଦେହୁରୀ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ‘ମାଁ ପାଇଁ ଗଛଟିଏ’ର ନାରା ଦିଆଯାଇଥିଲା । ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.