ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ଖୁସି କଲ୍‌ଚରାଲ୍‌ ଓ ରିସର୍ଚ ଏକାଡେମୀର ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ଖୁସି କଲ୍‌ଚରାଲ୍‌ ଓ ରିସର୍ଚ ଏକାଡେମୀର ବାର୍ଷିକୋତ୍ସବ ୨୦୨୪ ସ୍ଥାନୀୟ ଟାଉନ୍‌ ବାଳିକା ଉଚ୍ଚବିଦ୍ୟାଳୟ ମୁକ୍ତ ମଞ୍ଚରେ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିରର ସମୃଦ୍ଧ କରା ସଂସ୍କୃତି ଓ ପରଂପରାକୁ ଆଗକୁ ନେବାରେ ବଲାଙ୍ଗିରର ବିଭିନ୍ନ କଳାକାର ଅନୁଷ୍ଠାନର ଭୂମିକାକୁ ପ୍ରଶଂସା କରିବା ସହ ଆନୁଷ୍ଠାନିକ ବିକାଶରେ ତାଙ୍କର ସହଯୋଗ ସବୁବେଳେ ରହିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ ସଂଗୀତ, ନୃତ୍ୟରେ ବଲାଙ୍ଗିରର ବିଶେଷତ୍ୱ ଓ କଳାକାର ମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଂପାଦିକା ଗୁରୁ ସୁଶ୍ରୀ ଜ୍ୟୋତିରେଖା ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ । କବି ରତ୍ନମୟ ତ୍ରିପାଠୀଙ୍କ ମନୋଜ୍ଞ ସଂଯୋଜନାରେ ସଭାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଛାତ୍ରୀମାନେ ଓଡିଶୀ, ଲୋକନୃତ୍ୟ ଓ ଆଧୁନିକ ଫ୍ୟୁଜନ୍‌ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ମାନଙ୍କୁ ବିଭୋର କରିଦେଇଥିଲେ । ଶେଷରେ ଦେବାଶୀଷ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.