oom

ନୃସିଂହନାଥ ମନ୍ଦିର ପରିଦର୍ଶନ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଅବସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ନିମନ୍ତ୍ରଣ କରିଥିବା ସୂଚନା ଦେଇଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରତିମା ପୁରୋହିତ ରାଷ୍ଟ୍ରପତି ଭବନ ଯାଇଥିବା ବେଳେ ତାଙ୍କୁ ସାକ୍ଷାତ କରି ନିମନ୍ତ୍ରଣ ଜଣାଇଛନ୍ତି । ଗନ୍ଧମାର୍ଦ୍ଦନ ପାହାଡ ପ୍ରାକୃତିକ ପରିବେଶରେ ଭରପୁର ଥିବା ସହ ଏହି ପାହାଡ ଶିଖରରେ ବହୁ ବର୍ଷ ପୂର୍ବେ ଗୌତମବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନ ଏକ ବୌଦ୍ଧ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ବିଷୟ ଚୀନ ପରିବ୍ରାଜକ ହୁଏନ୍ ସା ତାଙ୍କ ଲେଖାରେ ଉଲ୍ଲେଖିତ କରିଥିବା ଶ୍ରୀ ପୁରୋହିତ ମହାମହିମ ରାଷ୍ଟ୍ରପତିଙ୍କୁ ଅବଗତ କରାଇବା ସହ ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନରେ ଖଣି ପ୍ରକଳ୍ପ ବିରୋଧରେ ହୋଇଥିବା ଐତିହାସିକ ଆନ୍ଦୋଳନ ବିଷୟରେ ଅବଗତ କରିଥିଲେ । ମହାମହିମ ରାଷ୍ଟ୍ରପତି ନିମନ୍ତ୍ରଣ ଉପରେ ବିଚାର କରିବେ ବୋଲି କହିଥିଲେ । ସାଂସଦ ଶ୍ରୀ ପୁରୋହିତ ମହାମହିମ ରାଷ୍ଟ୍ରପତିଙ୍କୁ ନୃସିଂହନାଥ ମହାପ୍ରଭୁଙ୍କ ଏକ ଫଟୋଚିତ୍ର ଉପହାର ଦେଇଥିଲେ ।

jittmm
Leave A Reply

Your email address will not be published.