oom

ସୁନ୍ଦରପଦାରେ ଅବସ୍ଥାପିତ ପତିତପାବନ ଦେବଙ୍କ ହାତୀବେଶ ଦର୍ଶନ ଏକ ନିଆରା

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁରୁଣା ଭୁବନେଶ୍ୱର ସ୍ଥିତ ସୁନ୍ଦରପଦାରେ ଅବସ୍ଥାପିତ ପତିତପାବନ ଦେବଙ୍କ ହାତୀବେଶ ଦର୍ଶନ ଏକ ନିଆରା ପରମ୍ପରା ଅଟେ । ପ୍ରତିବର୍ଷ ଆୟୋଜିତ ହେଉଥିବା ଏଠାରେ ଦେବସ୍ନାନ ପୂର୍ଣ୍ଣମୀ ଓ ହାତୀବେଶ ଦର୍ଶନ ପରମ୍ପରା ଏକ ପ୍ରାଚୀନ ଶାସ୍ତ୍ର ମତରେ ଶ୍ରୀମନ୍ଦିର ନିତିକାନ୍ତି ସଦୃଶ ଅତି ମହନୀୟ ଭକ୍ତି ବାଦର ପରମ୍ପରା ଅଟେ । ଏହି ମନ୍ଦିର ପୁରୁଣା ଭୁବନେଶ୍ୱର ସ୍ଥିତ ଏକାମ୍ର ମହାବିଦ୍ୟାଳୟ ଠାରେ ଅବସ୍ଥିତ । ଏହି ମନ୍ଦିର ମହାରାଜା ଯଯାତି କେଶରୀଙ୍କ ଦ୍ଵାରା ସ୍ଥାପିତ ହୋଇଥିବା ପ୍ରାଚୀନ ଶିଳାଲିପିରୁ ପ୍ରମାଣ ମିଳେ । ଏହି ମନ୍ଦିରର ନିର୍ମାଣ ଶୈଳୀ ଓ କାରୁକାର୍ଯ୍ୟ ଉତ୍କଳୀୟ ସଂସ୍କୃତିର ଗୌରବ ଗାଥା ବହନ କରେ । ଏହି ମନ୍ଦିରରେ ପୂଜିତ ଶ୍ରୀ ଜଗନ୍ନାଥ ବିଗ୍ରହ ତଥା ପତିତପାବନ ଦେବଙ୍କ ଦେବସ୍ନାନ ପୂର୍ଣ୍ଣମୀ ଓ ସନ୍ଧ୍ୟାରେ ଶ୍ରୀ ଦିଅଁଙ୍କ ହାତୀବେଶ ଅନୁଷ୍ଠିତ ହୋଇ ଶୃଙ୍ଖଳିତ ଦର୍ଶନ ହୋଇଛି । ପବିତ୍ର ଜ୍ୟେଷ୍ଠ-ପୂର୍ଣ୍ଣମୀ ତିଥିରେ ଭୋରୁ ଭୋରୁ ଅବକାଶ ମଙ୍ଗଳ ଆଳତୀ ନିତିକାନ୍ତି ପରେ ସୁନ୍ଦରପଦା ଓ କପିଳପ୍ରସାଦର ବ୍ରାହ୍ମଣମାନେ ନିଜେ ନିଜ ବେଶଭୂଷା ପରିଧାନ କରି ମନ୍ଦିର ନିକଟରେ ଏକତ୍ରିତ ହୋଇଥିଲେ । ପରେ ଘଣ୍ଟୁଆଙ୍କ ଘଣ୍ଟ ନାଦ ନଗର ପରିକ୍ରମା କରିଥିବାବେଳେ ତେଲିଙ୍ଗି ବାଜା ଶ୍ରୀ ଜୀଉଙ୍କ ଆସ୍ଥାନ ନିକଟରେ ବାଜି ଉଠୁଥିଲା । ଏହାପରେ ଖୁଣ୍ଟିଆ ସେବକଙ୍କ ଦ୍ୱାରା ଭୋଗ ଆଳତୀ କରାଯିବା ପରେ ପଣ୍ଡା ପଢ଼ିଆରୀଗଣ ଏକତ୍ରିତ ହୋଇ ଶ୍ରୀ ଜୀଉଙ୍କୁ ସ୍ନାନ ମଣ୍ଡପକୁ ନେଇଥିଲେ । ସ୍ନାନ ମଣ୍ଡପରେ ପଦ୍ମ, ତୁଳସୀ, ମଲ୍ଲୀ ଇତ୍ୟାଦିରେ ଶ୍ରୀ ଜୀଉଙ୍କୁ ବେଶ କରାଯାଇଥିଲା, ହରି ହରଙ୍କ ଭେଟ ସହ ଆରତୀ ବନ୍ଦାପନା କରାଯାଇଥିଲା । ପରେ ଲୋକନାଥ ବାରିକଙ୍କ ଦ୍ଵାରା ପ୍ରସ୍ତୁତ ହାତୀବେଶରେ ଶ୍ରୀ ଜୀଉଙ୍କୁ ସଜାଯାଇଥିଲା । ରାଜେଶ କୁମାର ମିଶ୍ର, ଫାଲ୍ଗୁନି ରଥ ଓ ବାବୁଲି ନନ୍ଦ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଯାହାକି ଶତାଧିକ ବ୍ୟକ୍ତି ଦର୍ଶନ କରି କୃତାର୍ଥ ହୋଇଥିଲା । ପରେ ସନ୍ଧ୍ୟା ଆଳତୀ ପରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ସେହି ଭଜନ ସମାରୋହର ପରିସମାପ୍ତି ପରେ ପତିତପାବନ ଦେବଙ୍କୁ ସ୍ନାନ ମଣ୍ଡପରୁ ମନ୍ଦିର ଭିତରକୁ ନିଆଯାଇଥିଲା । ଏଥିରେ ପତିତପାବନ ଦେବ ଟ୍ରଷ୍ଟର ମୁଖ୍ୟ ମୁରଲୀ ମନୋହର ପାତ୍ର, ସମାଜ ସେବକ ନୀଳମଣି ମିଶ୍ର, ସୁରେନ୍ଦ୍ର ନାଥ ପ୍ରଧାନ, ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ(ମଣ୍ଟୁ), ବିଜୟ କୁମାର ସ୍ୱାଇଁ, ରୁଦ୍ର ପ୍ରସାଦ ନନ୍ଦ, ଗୌରୀ ପ୍ରସାଦ ନନ୍ଦ, ତ୍ରିଲୋଚନ ମିଶ୍ର, ପରେଶ କୁମାର ମିଶ୍ର, ଜିତେନ୍ଦ୍ର କୁମାର ନନ୍ଦ, ଚନ୍ଦ୍ର ଶେଖର ପାତ୍ର, ଶ୍ରୀଧର ନନ୍ଦ, ପଦ୍ମ ଲୋଚନ ନନ୍ଦ, ବିଶ୍ୱଜିତ୍ ମଙ୍ଗରାଜ, ଦିପୁ ନନ୍ଦ ଓ ପ୍ରଲିପ୍ତ ନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥଲେ ।

jittmm
Leave A Reply

Your email address will not be published.