ଧର୍ମପରାୟଣା ମହିଳାଙ୍କ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହାତୀଶାଳପଡା ବାସୀନ୍ଦା ଧର୍ମପରାୟଣା ମହିଳା ମଞ୍ଜୁଳା ବହିଦାରଙ୍କ ଦେହାନ୍ତ ଘଟିଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନୀତ ଅସୁସ୍ଥତା ଦେଇ ଗତି କରୁଥିଲେ । ଶନିବାର ଭୋର୍‌ ସକାଳୁ ନିଜସ୍ୱ ବାସଭବନରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଶେଷ ସମୟରେ ପୁତ୍ର ଅମର, ବୋହୁ ସଂଘମିତ୍ରା, ନାତୁଣୀ ଆରାଧ୍ୟା, ମନି, ଝିଅ ତୃପ୍ତି, ଦିପ୍ତି, କଳ୍ପନା ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ବିଭୁତିପଡା ସ୍ମଶାନରେ ତାଙ୍କର ଅନ୍ତେଷ୍ଟି କରାଯାଇଥିଲା । ପୁଅ ଅମର ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.