csstore

କ୍ଲଷ୍ଟର ସ୍ତରୀୟ ମାସିକ ମିଟିଂ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରୀଷ୍ମବକାସ ପରେ ଆଜି ସମଗ୍ର ବରଗଡ ଶିକ୍ଷାଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଲଷ୍ଟର ସ୍ତରୀୟ ମାସିକ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ରାଜବୋଡାସମ୍ବର ବ୍ଲକ୍ ଶିକ୍ଷାଅଧିକାରୀ ଲୋକନାଥ ଭୋଇ ବିଭିନ୍ନ କ୍ଲଷ୍ଟର ପରିଦର୍ଶନ କରି ମିଟିଂ ମନିଟରିଂ କରିଛନ୍ତି । ଶ୍ରୀ ଭୋଇ ବାଜେନମୁଣ୍ଡା ଠାରେ ଅନୁଷ୍ଠିତ ସଭା ଉଦ୍‌ଘାଟନ କରି ପ୍ରଧାନ ଶିକ୍ଷକ ମାନଙ୍କୁ ଉତ୍କୃଷ୍ଟ ଶିକ୍ଷାଦାନ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ନୂତନ ରଣନୀତି ଅବଲମ୍ବନ କରି କିପରି ଆମ ବ୍ଲକଟି ସର୍ବଶ୍ରେଷ୍ଠ ବ୍ଲକ୍‌ରେ ପରିଣତ କରିପାରିବା ତାହା ଉପରେ ସମସ୍ତ ପ୍ରଧାନଶିକ୍ଷକ ମାନଙ୍କର ଉଚିତ୍ ସହଯୋଗ କାମନା କରିଥିଲେ । ଏହି ଅବସରରେ ଏବିଇଓ ଶିବପ୍ରସାଦ ଯୋଶୀ ମଧ୍ୟ ଗୁଣାତ୍ମକ ଶିକ୍ଷା ଉପରେ ତାଙ୍କର ଅଭିମତ ରଖିଥିଲେ ।

jayashree
Leave A Reply

Your email address will not be published.