oom

ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଵାଗତ ସମାରୋହ ସଭା

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଆଦିବାସୀ ସଂଘ ପକ୍ଷରୁ ନବନିର୍ବାଚିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଵାଗତ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି । ବୁରାଟ ସ୍ଥିତ ସେବା ଜଗତ ସଭା ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତର ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଧୋବା ପନ୍ଦରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ବ୍ଲକ୍ ଉପସଭାପତି ଧନ ସିଂ ମାଝୀ, ସାଧୁ ଭୋଇ, କୈଳାସ ଚନ୍ଦ୍ର ମାଝୀ, ଗଣ୍ଡୱାନା ସମାଜ ଜିଲ୍ଲା ସମ୍ପାଦକ ଲୋଚନ ଧରୁଆ, ସିଂହ ମଲ ଭୋଇ, ରୁଦ୍ର ସିଂ ବରିହା ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଆଜିର ସଭାରେ ଆଗାମୀ ଦିନରେ ଆଦିବାସୀ ସଂଘ ଆହୁରି ଦୃଢ଼ ହୋଇ ସମାଜ ପାଇଁ ନିଜ ନିଜ ଦାୟିତ୍ୱ ସମ୍ପାଦନା କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବାରୁ ମାଝୀ, ସିଲି ମାଝୀ, ସୁରସେନ ପୁଟା, ପ୍ରସନ୍ନ ଭୋଇ, ବିପ୍ର ମାଝୀ, ଶିବ କହଁର ପ୍ରମୁଖ ସହଯୋଗ କରିଥିଲେ । ଏହି ସାମାରୋହରେ ମ.ରାମପୁର ବ୍ଲକ୍‌ର ବିଭିନ୍ନ ଅଞ୍ଚଳରୁ ଆଦିବାସୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.