csstore

ମାଁ ମାହେଶ୍ୱରୀ ସେନା ବଲାଙ୍ଗିର ତରଫରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମ ପଂଚାୟତରେ ମୋତିଝରିଆ ଗ୍ରାମରେ ତୃତୀୟତମ ପବିତ୍ର ଶିତଳଷଷ୍ଠି ଉପଲକ୍ଷେ ମାଁ ମାହେଶ୍ୱରୀ ସେନା ବଲାଙ୍ଗିର ତରଫରୁ ଏକ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସକ୍ରିୟ ସଦସ୍ୟ ମନୋଜ ଖମାରୀଙ୍କର ତତ୍ତ୍ୱାବଧାନରେ ମୋତିଝରିଆ ମହାଦେବ ମନ୍ଦିର ସମ୍ମୁଖରେ ଦହିପାଣି ବଣ୍ଟନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ସଦାନନ୍ଦ କରନ, ଆନନ୍ଦ ଡାଙ୍ଗ, ସୁମନ୍ତ ପଧାନ, ଅନିଲ ପଳିଆ, ନନ୍ଦାଲ ମେଲ୍ଲୀ, ଶଙ୍କର ବାରିକ, ପ୍ରଶାନ୍ତ ପାତ୍ର, ଶଙ୍କର ଷାଣ୍ଡ, ବିନୋଦ କର୍ମୀ, ନରେଶ କ୍ଷେତି, ଜିତୁ ଚାଉଳିଆ, ରମାକାନ୍ତ ମେଶ୍ୱା, ଅରୁଣ ପଲତା, ସୁରେଶ ଚନ୍ଦ୍ର କମ୍ପ ସମେତ ସଂଗଠନର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.