କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

  • ଲୋକଙ୍କ ସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ଗରିବଙ୍କ ପାଇଁ ସମର୍ପିତ ଥିଲା ପ୍ରଥମ କ୍ୟାବିନେଟ୍ ନିଷ୍ପତ୍ତି : ଶ୍ରୀ ବୈଷ୍ଣବ

ନୂଆଦିଲ୍ଲୀ, (ପିଆଇବି) : ଅଶ୍ୱିନୀ ବୈଷ୍ଣବ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଗରିବଙ୍କ ଉନ୍ନତି ପାଇଁ ସମର୍ପିତ । ଏହି ଅବସରରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ବାସଗୃହ ନିର୍ମାଣ ପାଇଁ ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ, ସରକାରର ପ୍ରଥମ ଦିନରେ ପ୍ରଥମ କ୍ୟାବିନେଟ୍ ନିଷ୍ପତ୍ତି ଗରିବଙ୍କ ସଶକ୍ତୀକରଣ ପାଇଁ ସମର୍ପିତ । ସେ ଆହୁରି ମଧ୍ୟ କହିଥିଲେ ଯେ, ସରକାର ଦେଶବାସୀଙ୍କ ସେବା ଜାରି ରଖିବେ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଏହି ସୁଯୋଗ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ବୈଷ୍ଣବଙ୍କୁ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏବଂ ମନ୍ତ୍ରଣାଳୟ ଓ ଏହାର ଅଧୀନରେ ଥିବା ମିଡିଆ ୟୁନିଟର ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.