ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ

ଭୁବନେଶ୍ୱର : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ନାଁରେ ମୋହର ବାଜିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ବୁଧବାର ଶପଥ ଗ୍ରହଣ କରିବେ । ଏନେଇ ଜନତା ମଇଦାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ଭାଜପା କାର୍ଯ୍ୟାଳୟଠାରେ ବିଧାୟକ ଦଳର ବୈଠକ ବସିଥିଲା । ବୈଠକରେ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଭାବେ ମୋହନଙ୍କ ନାଁ ଚୟନ କରାଯାଇଥିଲା । ସୂଚନା ଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା ୭୮ ଆସନ ଜିତି ବହୁମତ ହାସଲ କରିଛି । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ରଙ୍କ ସହ ତୁଙ୍ଗ ନେତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.