ଦାଦନ ଶ୍ରମିକ ଦୁଃଖ ଶୁଣିବ କିଏ : ଦଇବକୁ ବିଧାତା ସାହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିଗାଁ ଠାରେ ଏକ ଦାଦନ ଶ୍ରମିକର କରୁଣ କାହାଣୀ ଦେଖିବାକୁ ମିଳିଛି । ଦହିଗାଁ କଲୋନିପଡାର ଦୁଆରୁ ବରିହା(୩୮) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବରିହା ବହୁ ଦୁଃଖରେ ଦିନ କାଟୁଛନ୍ତି । ଦୁଆରୁ ବରିହା ଅନ୍ୟ ଲୋକଙ୍କ କାମ କରି ପରିବାର ପରିପୋଷଣ କରୁଥିଲେ କିନ୍ତ ଏବର୍ଷ କାମ ନପାଇବାରୁ ବାଧ୍ୟ ହୋଇ ସ୍ୱାମୀ, ସ୍ତ୍ରୀ ମିଶି ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଇଥିଲେ ଓ ସେଇଠି ଇଟା ଭାଟିରେ କାମ କରୁଥିଲେ କିନ୍ତୁ ସେଠାରେ ଦୁଆରୁର ଦେହ ଖରାପ ହେବାରୁ ମାଲିକକୁ କହି ଗାଁକୁ ଚାଲି ଆସିଲେ । ଗାଁକୁ ଆସିଲା ପରେ ଦୁଆରୁଙ୍କ ଶରୀର ଆହୁରି ବିଗିଡି ଗଳା ବତ୍‌ର୍ତ୍ତମାନ ଶଯ୍ୟା ଶାୟୀ ଅବସ୍ଥାରେ ଆଛନ୍ତି । ଯେତିକି ଟଙ୍କା ପାଖରେ ଥିଲା ସେଥିରେ ପଦ୍ମପୁର ମେଡିକାଲ, ବରଗଡ ମେଡିକାଲ ଖର୍ଚ୍ଚରେ ନିଅଣ୍ଟ । ଘରେ ଆଉ ରୋଜଗାର କରିବା ପାଇଁ କେହିନାହିଁ ସ୍ୱାମୀ, ସ୍ତ୍ରୀ ଦୁଇଜଣ । ସ୍ତ୍ରୀ ଅନ୍ୟ ଘର କାମ କରି ଓ ମାଗିକି ଆଣି ଯାହା ଆଣେ ସେଥିରେ ଖାଇବା ହେଉନି ଔଷଧ କଣ କିଣିବେ । ଦୁଆରୁ ନିଜେ ବିଛଣାରୁ ଉଠି ପାରୁନାହାନ୍ତି କିଏ ତାଙ୍କୁ ଧରିଲେ ଉଠିବେ । ଶ୍ରୀ ବରିହା ଓ ତାଙ୍କ ସ୍ତ୍ରୀ ଗଣ ମାଧ୍ୟମରେ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି କିଛି ସାହାର୍ଯ୍ୟ ସହାନୁଭୂତି କଲେ ତାଙ୍କ ସ୍ୱାମୀଙ୍କୁ ଚିକିତ୍ସା କରିପାରିବେ ଓ ଦୁଇଟି ନିରୀହ ଜୀବନ ବଞ୍ଚିଯିବ ଆଉ ଯେଉଁ ସହୃଦୟ ବ୍ୟକ୍ତି ବିଶେଷ ସହଯୋଗ କରିବାକୁ ଚାହିଁବେ ୭୮୫୪୦୮୦୫୫୮ ଏହି ନମ୍ବରରେ ଯୋଗାଯୋଗ କରି ସାହାଯ୍ୟ କରିପାରିବେ ।

Leave A Reply

Your email address will not be published.