oom

ସ୍ୱପ୍ନେଶ୍ୱର ବାବାଙ୍କ ପକ୍ଷରୁ ମାତା ପାର୍ବତୀଙ୍କ ନିର୍ବନ୍ଧ ଉତ୍ସବ ସମ୍ପୂର୍ଣ୍ଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠି ଉତ୍ସବ । ଏହି ଉତ୍ସବକୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରିପେକ୍ଷୀରେ ପଦ୍ମପୁର ସାର୍ବଜନୀନ ଶୀତଳ ଷଷ୍ଠି କମିଟି ତରଫରୁ ମଧ୍ୟ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବାଙ୍କର ପବିତ୍ର ଶୀତଳ ଷଷ୍ଠି ଉତ୍ସବ ଆୟୋଜିତ ହୋଇଥିବା ବେଳେ ଗତ କାଲି ବାବା ସ୍ୱପ୍ନେଶ୍ଵର ମାହାଦେବଙ୍କର ପତର ପେଣ୍ଡି ଉତ୍ସବ ସମ୍ପୂର୍ଣ୍ଣ ହୋଇଥିଲା । ତେବେ ଆଜି ନିର୍ଦ୍ଧାରିତ କାର୍ଯ୍ୟ ସୁଚି ମତେ ଶୁଭ ଲଗ୍ନେ ପଦ୍ମପୁର କଣ୍ଟା ବନ୍ଧ ସ୍ଥିତ ସ୍ୱପ୍ନେଶ୍ୱର ବାବାଙ୍କର ମନ୍ଦିରରୁ ଘଣ୍ଟ ସଙ୍ଖ ଡମ୍ବରୁ ନାଦ ସହ ପଞ୍ଚାବାଦ୍ୟରେ ଚାରି ଦିଗ ଭ୍ରମଣ କରି ବର ପିତାମାତା ହିସାବରେ ସୌଭାଗ୍ୟ ପାଇଥିବା ଯୋଗେଶ ସାହୁ ଓ ଶ୍ରୀମତୀ ସୁନିତା ସାହୁ ସପ୍ତରୁଷିଙ୍କ ସହ ପଦ୍ମପୁର ସାହୁ ପଡାସ୍ଥିତ ମାତା ଶକ୍ତି ସ୍ୱରୂପିଣୀ ପାର୍ବତୀଙ୍କ ପିତାମାତା ଅଶୋକ କୁମାର ଦାନୀ ଓ ଶ୍ରୀମତୀ ମନସ୍ୱିନୀ ଦାନୀଙ୍କ ଘରେ ପହଂଚିବା ସହ ବୈଦିକ ରିତି ନିତି ଅନୁସାରେ ସମ୍ପୂର୍ଣ୍ଣ ହୋଇଥିଲା ନିର୍ବନ୍ଧ । ତେବେ ଏହି ପରମ ପୁଣ୍ୟ ବିବାହ ଉତ୍ସବରେ ପୂଜକ ଭାବରେ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ, ପ୍ରଦୀପ ରଥ, ସତ୍ୟପ୍ରକାଶ ପାଣିଗ୍ରାହି, କାନ୍ତିଲାଲ ଦାସ ଦାୟିତ୍ୱ ତୁଲାଇ ଥିବା ବେଳେ ଦିବତା କିନ୍ନର ଜକ୍ଷ ରାକ୍ଷସ ଗନ୍ଧର୍ବ ଆଦି ଯିବ ଜଗତକୁ ସାକ୍ଷୀ ରଖି ଆଜି ବାବାଙ୍କ ବରପକ୍ଷରୁ ମା’ ଜଗତ ଜନନୀ ପାର୍ବତୀଙ୍କର ଅଳଙ୍କାର ଧାରଣ ନୀତି ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ଆସନ୍ତା ସୋମବାର ଦିନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରରୁ ବୈଦିକ ରୀତିରେ ବାବାଙ୍କର ଭବ୍ୟ ବରଯାତ୍ରୀ ସହ କନ୍ୟା ମାତାପିତାଙ୍କ ଘରେ ଭବ୍ୟ ବିବାହ ଉତ୍ସବ ଆୟୋଜନ କରାଯିବାର କମିଟି ତରଫରୁ ସୂଚନା ଦିଆଯାଇଥିବା ବେଳେ ବୁଧବାର ଦିନ ସନ୍ଧ୍ୟା ସମୟରେ ମା’ ଜଗତ ଜନନୀ ପାର୍ବତୀ ଏବଂ ଦେବାଦୀ ଦେବ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କର ଯୁଗଳ ପ୍ରତିମା ଭବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ପୁନଃ ମନ୍ଦିରକୁ ଯାତ୍ରା କରିବେ ।

jittmm
Leave A Reply

Your email address will not be published.