lika

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ସାଧାରଣ ସଭା

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଟାଉନ୍‌ ସରକାରୀ ବାଳିକା ବିଦ୍ୟାଳୟ ବଲାଙ୍ଗିର ଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ବିଶ୍ୱେଶ୍ୱର ପଟେଲ, ଦୁଃଶାସନ ପଟେଲ, ରବିନ୍ଦ୍ର ସାହୁ, ଗିରିଶ କୁମାର ଦଣ୍ଡସେନା, ନିମାଇଁ ନନ୍ଦ ଠାକୁର, କ୍ଷେତ୍ର ମୋହନ ପାଣିଗ୍ରାହି, ସ୍ରିୟାକାନ୍ତ ସାଏ, କେଦାର ଦଳେଇ, ସୁଧାଂଶୁ ଶେଖର ପଟେଲ ମହୋଦୟଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ସେମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ ଅଡିଟର ରାଧାକାନ୍ତ ମିଶ୍ରଙ୍କ ଦେହାନ୍ତ ଫଳରେ ଅଡିଟର ପଦବୀ ଖାଲି ପଡିଥିଲା । ଏହି ପଦବୀରେ କପିଳେଶ୍ୱର ଖମାରୀଙ୍କୁ ସର୍ବ ସମ୍ମତି କ୍ରମେ ମନୋନିତ କରାଗଲା । ଏହା ବ୍ୟତିତ ଆଜିକାର ସଭାରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସାଧାରଣ ସଭାରେ ମନୋରଞ୍ଜନ ମିଶ୍ର, ଡା. ରାଧାକାନ୍ତ ସେଠ, କୃଷ୍ଣଚନ୍ଦ୍ର ନାଥ, ଚୈତନ୍ୟ ପଟେଲ, ବୈକୁଣ୍ଠ ସ୍ୱାଇଁ, ହରେକୃଷ୍ଣ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ଦୁର୍ଗା ପ୍ରସାଦ ହୋତା, ପ୍ରଦୀପ କୁମାର ସାହୁ ନିଜର ମତାମତ ପ୍ରଦାନ କରିଥିଲେ । ଉପସଭାପତି ପର୍ଶୁରାମ ନାୟକ ଏବଂ ପ୍ରସନ୍ନ କୁମାର ମିଶ୍ର, ଯୁଗ୍ମ ସଂପାଦକ ପୁରୁଷୋତ୍ତମ ପଣ୍ଡା, କାର୍ଯ୍ୟକାରିଣୀ ସଭ୍ୟ କୃଷ୍ଣଚନ୍ଦ୍ର ମହାକୁର, ହରେକୃଷ୍ଣ ପଟେଲ, ଡା. ଦେବଦତ୍ତ ମିଶ୍ର, ଡା. ଉମାକାନ୍ତ ପାତ୍ର, ଲୋକନାଥ ନେପାକ, ଡା. ଧିରେନ୍ଦ୍ର ସାହୁ, ବାଲେଶ୍ୱର ପଟେଲ, ଦୟାନିଧି ନାଏକ, ଜୀବନ କୁମାର ତ୍ରିପାଠୀ, ନିଳାମ୍ବର ଦାସ, ଦଶରଥ ବାଘ, ଜୟଚନ୍ଦ୍ର ପଟେଲ, ପ୍ରେମାନନ୍ଦ ପଟେଲ, ଛାୟାକାନ୍ତ ସାହୁ, ସୂର୍ଯ୍ୟମଣି ପୁରୋହିତ, ତିର୍ଥବାସୀ ଡାଙ୍ଗ, ଉପଦେଷ୍ଟା ନୀଳମଣି ମିଶ୍ର, ସୁରେନ୍ଦ୍ର ନେଗୀ ବିଜୟ କୁମାର ବାଗ ଏବଂ ଭକ୍ତବନ୍ଧୁ ନାଏକ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ସଭ୍ୟ ମନୋରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

sandip
Leave A Reply

Your email address will not be published.