ଲୋୟର ସୁକତେଲ କଲୋନୀରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋୟର ସୁକତେଲ ଥଇଥାନ କଲୋନୀରେ ଗତ କିଛିଦିନ ହେଲା ଅସାମାଜିକ ତତ୍ତ୍ଵଙ୍କ ପ୍ରାଦୁର୍ଭାବ ବଢ଼ିବା ସହିତ ଚୋରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି । କଲୋନୀରେ ନିର୍ମାଣାଧୀନ ଘର ଗୁଡିକରୁ ରୀତିମତ ଚୋରୀ ହେଉଥିବା ବେଳେ ସନ୍ଧ୍ୟା ସମୟରେ ନିଶାଖୋର ଯୁବକ ମାନେ କଲୋନୀ ମଧ୍ୟରେ ପଶି ଆଡ୍ଡା ଜମାଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଶାନ୍ତିପଡା ଠାରୁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ) ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଷ୍ଟ୍ରିଟ ଲାଇଟ୍ ଗୁଡ଼ିକ ଅକାମୀ ଥିବାରୁ ତାହା ଅସାମାଜିକ ତତ୍ତ୍ଵଙ୍କୁ ଆହୁରି ସୁହାଉଛି । ଫଳରେ ଏହି ରାସ୍ତାରେ ସାନ୍ଧ୍ୟ ଭ୍ରମଣ କରୁଥିବା ମହିଳା ଏବଂ ଯୁବତୀ ତଥା ଟ୍ୟୁସନ୍‌ ସାରି ଫେରୁଥିବା ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କଡାକଡି କରାଯିବା ସହିତ ପିସିଆର୍‌ ଭ୍ୟାନ ପ୍ରଚଳନ ବୃଦ୍ଧି କରିବା ସକାଶେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Leave A Reply

Your email address will not be published.