ଆଜି ଭୋର୍‌ରୁ ଚିଲିକାରେ ଆର‌ମ୍ଭ ହୋଇଛି ପକ୍ଷୀ ଗଣନା

ବାଲୁଗାଁ, (କେପିଏନ୍‌ଏସ୍‌) : ଆଜି ଭୋର୍‌ରୁ ଚିଲିକାରେ ଆର‌ମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକାର ୫ଟି ରେଞ୍ଜରେ ୨୧ଟି ଟିମ ପକ୍ଷୀ ଗଣନା କାର୍ୟ୍ୟ କରୁଛ‌ନ୍ତି । ପକ୍ଷୀଗଣନା ୧୧୧ ଜଣ ଟିମ ସଦସ୍ୟଙ୍କ ଦ୍ୱାରା ଚାଲୁଥିବା ବେଳେ ଜଳଭାଗରେ ୧୯ଟି ଟିମ, ସ୍ଥଳଭାଗରେ ୨ଟି ଟିମ ପକ୍ଷୀ ଗଣନା କରୁଛନ୍ତି । ତେବେ ପକ୍ଷୀ ଗଣନା ବର୍ତ୍ତମାନ ପର୍ୟ୍ୟନ୍ତ ଚାଲୁ ରହିଥିବାରୁ କେତେ ପକ୍ଷୀ ଗଣନା ହୋଇଛନ୍ତି, ସେନେଇ ପୁରା ଖବର ମିଳିପାରି ନାହିଁ ।

Leave A Reply

Your email address will not be published.