ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତିକ ହକର୍ସ ଦିବସ ପାଳିତ

  • ବିତରକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁଁ ଐକ୍ୟବଦ୍ଧ ହୁଅ – ବିଷ୍ଣୁ ମହାନ୍ତି

ରାଉରକେଲା, (ସସ୍ମିତା ନ୍ରଧାନ) : ମେ ୨୬ ଆନ୍ତର୍ଜାତିକ ହକର୍ସ ଦିବସ ଅବସରରେ ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ମହା ସମାରୋହରେ ପାଳନ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ତଥା ସି. ଆଇ. ଟି. ୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଆନ୍ତର୍ଜାତିକ ହକର୍ସ ଦିବସରେ ଅଧ୍ୟକ୍ଷତା କରି ବକ୍ତବ୍ୟ ରଖି ସର୍ବପ୍ରଥମେ ଆଜିର ଆନ୍ତର୍ଜାତିକ ହକର୍ସ ଦିବସ ଅବସରରେ ସମସ୍ତ ବିତରକ ମାନଙ୍କୁ ସଂଗ୍ରାମୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଆଜିର ଦିନରେ ସମଗ୍ର ଶ୍ରମିକ ଶ୍ରେଣୀ ପାଇଁ ଆସିଥିବା ଆହ୍ୱାନକୁ ସଂଗଠନକୁ ସୁଦୃଢ ଓ ଐକ୍ୟବଦ୍ଧ କରି ଆନ୍ଦୋଳନକୁ ତେଜୀୟାନ୍‌ କରିବା ସହିତ ନ୍ୟାର୍ଯ୍ୟ ଅଧିକାର ପାଇଁଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସାଧାରଣ ଲୋକଙ୍କ ମଧ୍ୟରେ ପାଠକୀୟ ଆଦୃତି ବଢ଼ାଇବା ଦିଗରେ ଜନ ଜାଗରଣ ସୃଷ୍ଟି କରିବା ସହିତ ବିତରକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁଁ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ଆସୋସିଏସନ୍‌ର ସାଧାରଣ ସମ୍ପାଦକ ବିମାନ ମାଇତି, ଉପଦେଷ୍ଟା ତଥା ରାଉରକେଲା ଓକିଲ ସଂଘର ଉପସଭାପତି ରାଜକିଶୋର ପ୍ରଧାନ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, କୁଞ୍ଜବିହାରୀ ରାଉତ,ସଂଗ୍ରାମ ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହକର୍ସ ଦିବସ ପାଳନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ରାଉତ ହକର୍ସଙ୍କ ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ । ହକର୍ସ ଆସୋସିଏସନ୍‌ର ନେତା ଆର୍ତ୍ତତ୍ରାଣ ବେହେରା, କିଶୋର ରାଉତ, ମିହିର ପାତ୍ର, ମନୋଜ ପଟ୍ଟନାୟକ, ଶୁଖେନ୍ଦୁ ପାତ୍ର, ଅଶେଷ ବିଶ୍ଵାଳ ପ୍ରମୁଖ ବକ୍ତବ୍ୟ ରଖି ବିତରକ ଓ ଖବରକାଗଜ ଅଙ୍ଗାଙ୍ଗୀ ଭାବରେ ସମନ୍ଵୟ ରଖି କାର୍ଯ୍ୟ କରିବା ଦିଗରେ ଗୁରୁତ୍ୱ ଦେବା ସହ ସରକାର ଅସଗଂଠିତ କ୍ଷେତ୍ର ପାଇଁ ସକରାତ୍ମକ ଭାବେ ବିଚାର କରିବାକୁ ଦାବି କରିଥିଲେ । ବିତରକ ମାନଙ୍କ ସାମାଜିକ ସୁରକ୍ଷା, ଶ୍ରମିକର ମାନ୍ୟତା, ଖବରକାଗଜ ମାନଙ୍କ ଅନୁଦାନ, ସ୍ଵାସ୍ଥ୍ୟ ବୀମା, ସରକାରୀ ମାନ୍ୟତା ଓ ପରିଚୟପତ୍ର ପ୍ରଭୂତି ଦାବି ଉପରେ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆସୋସିଏସନ୍‌ର ବରିଷ୍ଠ ସଦସ୍ୟ ଦୁର୍ଗା କୋଲେ, ଅଶୋକ ବିଶ୍ଵାଳ, ଯୁଗଳ ଘୋଷ, ଶୁଭେନ୍ଦୁ ପାତ୍ର, ଶୈଳେନ୍ଦ୍ର ପାଗଳ, ରାଜକିଶୋର ନାୟକ, ନିରଞ୍ଜନ ଦାସ, ମହେଶ୍ୱର ସ୍ୱାଇଁ, ନୀଳମଣି ନନ୍ଦ, କାଶୀନାଥ ସାହାଣୀ ପ୍ରମୁଖଙ୍କୁ ୟୁନିୟନର୍‌ ସଭାପତି ବିଷ୍ଣୁ ମହାନ୍ତି, ସାଧାରଣ ସମ୍ପାଦକ ବିମାନ ମାଇତି ଓ ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଶରତ ଚନ୍ଦ୍ର ପଣ୍ଡା ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Leave A Reply

Your email address will not be published.