csstore

ଅର୍କେଶଙ୍କ ନାମରେ ଫେକ୍‌ ଚିଠି ପ୍ରସ୍ତୁତ ଆରୋପ ଆଣିଲା ବଲାଙ୍ଗିର କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜପରିବାରର ସଦସ୍ୟ ଅର୍କେଶ ନାରାୟଣ ସିଂହଦେଓ ଫେକ୍‌ ଚିଠି ପ୍ରସ୍ତୁତ କରି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ କରିଥିବା ଅଭିଯୋଗ ଆଣିଛି ଆଜି ବଲାଙ୍ଗିର କଂଗ୍ରେସ । ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ, ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟିର ଫେକ୍‌ ଲେଟର୍‌ ପେଡ଼୍‌ ବ୍ୟବହାର କରିବା ସହ ସାଧାରଣ ସଂପାଦକ ଅଜୟ କୁମାରଙ୍କ ଫେକ୍‌ ଦସ୍ତଖତ ଦ୍ୱାରା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ନାମରେ ଏଣୁତେଣୁ ମିଥ୍ୟା ଆରୋପ ଲଗାଯାଇଥିବା ବେଳେ ଏହି ଫେକ୍‌ ଚିଠି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜନ ଖଡ଼୍‌କେଙ୍କ ନାମରେ ରହିଥିବା ଉଲ୍ଲେଖ କରାଯାଇଛି । ତେବେ ଏହି ଫେକ୍‌ ଚିଠି ଅର୍କେଶ ନାରାୟଣ ସିଂହଦେଓ ପ୍ରସ୍ତୁତ କରି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ କରିଥିବା ସିଧାସଳଖ ଅଭିଯୋଗ କରିଛନ୍ତି ସମରେନ୍ଦ୍ର । ତେବେ ଏହି ଘଟଣାରେ ସାଧାରଣ ସଂପାଦକ ଅଜୟ କୁମାର ସାଇବର୍‌ କ୍ରାଇମ୍‌ର ଦ୍ୱାରସ୍ଥ ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି ସମରେନ୍ଦ୍ର ମିଶ୍ର ।

jayashree
Leave A Reply

Your email address will not be published.