oom

ପିପିଲି ରଣଙ୍ଗନାରେ ୬ ଦଳୀୟ ଓ ୩ ସ୍ୱାଧୀନ ପ୍ରାର୍ଥୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୦୨୪ ସାଧାରଣ ନିର୍ବାଚନରେ ପିପିଲି ୧୧୦ ବିଧାନସଭା ଆସନ ପାଇଁ ଆସନ୍ତା ୨୫ ତାରିଖରେ ସମୁଦାୟ ୨୭୪ ବୁଥ୍‌ ମଧ୍ୟରୁ ଡେଲାଙ୍ଗ ବ୍ଲକର ୧୧୯ ବୁଥ୍‌ ଏବଂ ପିପିଲି ପୌରାଞ୍ଚଳ ସହ ପିପିଲି ବ୍ଲକର ୧୫୫ ବୁଥ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ରଣଙ୍ଗନାରେ ୬ଜଣ ବିଭିନ୍ନ ଦଳୀୟ ବିଧାୟକ ପ୍ରାର୍ଥୀ ଓ ୩ ଜଣ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମଇଦାନରେ ଅବର୍ତ୍ତୀନ ହୋଇଛନ୍ତି । ବିଏସ୍‌ପି ପକ୍ଷରୁ ଅହମ୍ମଦ ଖାଁ ହାତୀ ଚିହ୍ନରେ, ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ପଦ୍ମ ଚିହ୍ନିରେ, ବିଜେଡି ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ ଶଙ୍ଖ ଚିହ୍ନରେ, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜ୍ଞାନରଞ୍ଜନ ପଟ୍ଟନାୟକ ହାତ ଚିହ୍ନିରେ, ମାନସ ଲୋକ ଶକ୍ତି ଦଳ ପକ୍ଷରୁ ଆରତ ବେହେରା ସାତ ରଶ୍ମି ଯୁକ୍ତ କଲମ ମୁନ ଚିହ୍ନରେ,ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ପକ୍ଷରୁ ଦୀନବନ୍ଧୁ ପରିଡା କାଚ ଗିସ୍ଲା ଚିହ୍ନରେ, ସ୍ୱାଧୀନ ପ୍ରାର୍ଥୀ ଭାବେ ପିପିଲି ପାଣିଦୋଳ ଗ୍ରାମର ଯୁଧିଷ୍ଠିର ସ୍ୱାଇଁ ହୀରା ଚିହ୍ନରେ, ଡେଲାଙ୍ଗ ଯୋକନଡୁଆ ଗ୍ରାମର ରାଧାମୋହନ କେଟିଲ ଚିହ୍ନରେ, ଡେଲାଙ୍ଗ ଗଞ୍ଜେଇଗୋରଡି ଗ୍ରାମର ସୁଧାଂଶୁ କୁମାର ମଲ୍ଲିକ ଡ଼ମ୍ବଲ୍ସ ଚିହ୍ନ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରୁଛନ୍ତି ।

jittmm
Leave A Reply

Your email address will not be published.