oom

ପୃଥ୍ୱୀରାଜ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍‌କ୍ରସ୍‌ ଦିବସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠିଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ ଚେୟାରମେନ ଧୃବ ଚରଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡ୍‌କ୍ରସ୍‌ ପତାକା ଉତ୍ତୋଳନ କରି ଦିବସର ଶୁଭାରମ୍ଭ କରିଥିଲେ । ପରେ ପରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ବେହେରା ରେଡକ୍ରସର ଆଭିମୁଖ୍ୟ ଏବଂ ସେବାର ମହନୀୟତା ସମ୍ପର୍କରେ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ତଥା ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ ଭାଇସ୍‌ଚେୟାରମେନ୍‌ କେଶବ ମେହେର ସେବା, ସ୍ୱାସ୍ଥ୍ୟ ଏବଂ ବିଶ୍ୱ ବନ୍ଧୁତା ସମ୍ପର୍କରେ ମତ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜୁନିୟର ରେଡକ୍ରସ ସଂପାଦକ ପ୍ରଦୀପ କୁମାର ପାତ୍ର ରେଡକ୍ରସ ଭଳି ମାନବୀୟ ସେବା ସଂସ୍ଥାରେ ଅନ୍ୟମାନଙ୍କୁ ଯୋଗଦେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ ଅଫିସର ବିକାଶ ରଂଜନ ସାହୁ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ହେନେରି ଡୁନାଣ୍ଟଙ୍କର ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ସ୍କାଉଟ ଡିଓସି ବିନୋଦ ମହାପାତ୍ର ଏବଂ ଗାଇଡ ଡିଓସି ଜୟଶ୍ରୀ ସେଠି ମଂଚାସୀନ ଥିଲେ । ସଭା ପରିଚାଳନା ଓ ସ୍ୱାଗତ ଅଭିଭାଷଣଦେଇ ଥିଲେ ସାଧନକର୍ମୀ ରବିନ୍ଦ୍ର ଠେଟୁଆଲ । ସଭା ଶେଷରେ ସାଧନକର୍ମୀ ଘନଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଜନସାଧାରଣ ମାନଙ୍କ ପାଇଁ ଦହିପାଣି ବଣ୍ଟନ କରାଯାଇଥିଲା । ଏଥିରେ ସହସ୍ରାଧିକ ଲୋକ ଥଣ୍ଡା ଦହିପାଣି ସେବନ କରି ଆଶ୍ୱସ୍ଥି ଅନୁଭବ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜୁନିୟର ରେଡ୍‌କ୍ରସ୍‌ ସାଧନ କର୍ମୀ, ବ୍ଲକ ସଂଗଠକ, ପରାମର୍ଶଦାତା, ସ୍କାଉଟ ଏବଂ ଗାଇଡର ସକ୍ରିୟ ସଭ୍ୟ, କ୍ରୀଡା ବ୍ଲକ ସଂପାଦକ ତଥା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଯୋଗଦେଇ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.