oom

୧୮୫୦ ବୋତଲ କଫ୍‌ ସିରଫ୍‌ ଜବତ୍‌ କରି ୪ ଜଣଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୫୦ ବୋତଲ୍‌ ଏସ୍‌କଫ୍‌ ସିରଫ୍‌ ଜବତ୍‌ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂକ୍ରାନ୍ତରେ ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ବିଳନୀର ଆହ୍ୱାନ କରି ଖୁଲାସା କରିଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ଦିଆଯାଇଥିବା ସୂଚନା ଅନୁସାରେ ବିପୁଳ ପରିମାଣର କଫ୍‌ ସିରଫ୍‌ ବଲାଙ୍ଗିର ସହର ଭିତରକୁ ଆସୁଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ପୋଲିସ ପୋଲିସ ପାଖକୁ ଖବର ପହଂଚିବା ପରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ବଲାଙ୍ଗିର ସୁଦପଡ଼ା ବାଏପାସ୍‌ ରାସ୍ତା ଉପରେ ରେଡ଼୍‌ ମରାଯାଇଥିଲା । ସେଠାରେ ୧୮୫୦ ବୋତଲ ଏସ୍‌କଫ୍‌ ସିରଫ୍‌ ଲୋଡ଼୍‌ ହୋଇଥିବା ଓଡ଼ି୦୩ବି୪୬୦୭ ନମ୍ବର ବିଶିଷ୍ଟ ଏକ ଅଟୋ ରିକ୍ସାକୁ ପୋଲିସ କାବୁ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଥିଲା । ଏହି ଘଟଣାରେ ବ୍ୟବହୃତ ଏକ ବୁଲେଟ୍‌ ମୋଟରସାଇକେଲ୍‌ ମଧ୍ୟ ଜବତ୍‌ ହୋଇଥିବା କୁହାଯାଇଛି । ତେବେ ଗିରଫ୍‌ ଅଭିଯୁକ୍ତମାନେ ବଲାଙ୍ଗିର ସହର ତଥା ଆଖପାଖ ଅଂଚଳରେ ପୂର୍ବରୁ କଫ୍‌ ସିରଫ୍‌ ବିକ୍ରି କରି ଆସୁଥିବା ସୂଚନାରେ କୁହାଯାଇଛି । ଗିରଫ୍‌ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଚନ୍ଦ୍ରଶେଖରନଗରର ମହମ୍ମଦ ଇବ୍ରାନ୍‌, ଲକ୍ଷ୍ମୀନଗରପଡ଼ାର ପଞ୍ଚା ମେହେର, ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚୁଡ଼ାପାଲିର ତିଆନ୍‌ ଓରଫ୍‌ ସୁଦର୍ଶନ ନାଏକ ଓ ପୁଇଁତଲା ଥାନା ବେଲବାହାଲି ଗାଁର ଅଟୋ ଡ୍ରାଇଭର ଦଇତାରୀ ସାଏ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଗିରଫ୍‌ ଅଭିଯୁକ୍ତମାନଙ୍କ ଠାରୁ ୪ଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ୍‌ ହୋଇଥିବା ଜଣାପଡ଼ିଛି । ନିର୍ବାଚନ ସମୟରେ ବଲାଙ୍ଗିର ପୋଲିସ ପକ୍ଷରୁ ଜୋର୍‌ସୋର୍‌ ନାକାବନ୍ଦି ଚାଲିଥିବା ସମୟରେ ଆଜିର ବିପୁଳ ପରିମାଣର ଏସ୍‌କଫ୍‌ ସିରଫ୍‌ ଜବତ୍‌ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

jittmm
Leave A Reply

Your email address will not be published.