ବିଜେପି ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ନିଜର ନାମାଙ୍କନ ଭରି ସାରିଥିବା ବେଳେ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ । ତେବେ ବିରାଟ ବଡ଼ ଏକ ଶୋଭାଯାତ୍ରାରେ ବାହାରି କର୍ମୀ ଏବଂ ସାମର୍ଥକଙ୍କ ଗହଳିରେ ପଦ୍ମପୁର ସ୍ଥାନୀୟ ଅଶୋକ ପଡିଆରୁ ବାହାରି ପଦ୍ମପୁର ନଗର ବୁଲିବା ସହ ନିଜର ଶକ୍ତି ପ୍ରଦର୍ଶନ କରିଥଲା ବିଜେପି । ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ୱେ ନିଜ ନେତାଙ୍କୁ ସମର୍ଥନ ଜଣାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶୋଭାଜତ୍ରାରେ ସାମର୍ଥକଙ୍କ ସହ ପାରମ୍ପାରିକ ଧନୁ ତୀର ଧରି ଆଦିବାସୀ ପୁରୁଷଙ୍କ ମେଲି ଲାଗିଥିଲା । ତେବେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ନିଜର ନାମାଙ୍କନ ପାତ୍ର ଦାଖଲ କରିଥିଲେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ । ଶୋଭାଜତ୍ରାରେ ପ୍ରାର୍ଥୀଙ୍କ ସହ ବରଗଡ଼ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଜିଲ୍ଲାର ବହୁ ତୁଙ୍ଗନେତା ମଧ୍ୟ ଯୋଗ ଦେଇଥିଲେ । ତେବେ ଲୋକଙ୍କ ଆଶୀର୍ବାଦରୁ ଆଗାମୀ ଦିନରେ ଜନତାଙ୍କ ସହ ଛିଡା ହୋଇ ବିକାଶର ନୂଆ ଦିଗରେ ପଦ୍ମପୁରକୁ ଆଗେଇନେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଗୋବର୍ଦ୍ଧନ ଭୁଏ । ତେବେ ଲୋକେ ୨୪ ବର୍ଷର ଭ୍ରଷ୍ଟ ସରକାରରୁ ଉତିଷ୍ଠ ହେଲେଣି ଏବଂ ଏଥର ରାଜ୍ୟରେ ବିଜେପି ସରକାର ନିଶ୍ଚିତ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

Leave A Reply

Your email address will not be published.