ଉଦଳା : ରାତିରେ ସ୍କୁଟିରେ ଆସୁଥିଲେ, କାନ୍ଥ ତାଡ଼ି ମୋବାଇଲ ଦୋକାନରୁ ଚୋରି କରି ନେଉଥିଲେ । ଅନେକ ଦିନରୁ ଚଳାଇଥିଲେ ଆତଙ୍କରାଜ । ହେଲେ ଏବେ ପୋଲିସ କବଜାରେ ଏବେ ଏହି ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ । ସୂଚନା ଥାଉକି, ଗତ ମାସ ୨୫ ତାରିଖରେ ଖୁଣ୍ଟା ଅଞ୍ଚଳରେ ଏକ ମୋବାଇଲ ଦୋକାନ କାନ୍ଥ ତାଡି ଚୋରମାନେ ସବୁ ମୋବାଇଲ ଲୁଟି ନେଇଥିବା ଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ତଦନ୍ତ କରି ପୋଲିସ ଘଟଣାରେ ସମ୍ପୃକ୍ତ ୫ ଜଣ ଆନ୍ତଃ ଜିଲ୍ଲା ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କର ମାଷ୍ଟରମାଇଣ୍ଡ, ଲୁଟେରା କପ୍ତିପଦା ଥାନା ଅଞ୍ଚଳର ଅମରଜିତ ପ୍ରଧାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ଲୁଟେରାମାନଙ୍କ ନିକଟରୁ ଚୋରି କରିଥିବା ୨ଟି ଟାବଲେଟ, ୩୬ଟି ମୋବାଇଲ, ସିସିଟିଭି କ୍ୟାମେରା ସମେତ ଗୋଟିଏ ସ୍କୁଟି ଏବଂ ଲୁଟରେ ବ୍ୟବହାର କରୁଥିବା କଟର ପୋଲିସ ଜବତ କରିଛି । ଗିରଫ ୫ ଜଣକ ହେଲେ ରେମୁଣା ଅଞ୍ଚଳର ଶିବ ଦାସ, ପୃଥୁରାଜ ପାତ୍ର, ଦିବ ଉଭଞ୍ଜ, ଦିବ୍ୟରଞ୍ଜନ ବେହେରା, ନସୀମ ଖାନ ଏବଂ ମାଷ୍ଟରମାଇଣ୍ଡ କପ୍ତିପଦା ଅଞ୍ଚଳର ଅମରଜିତ ପ୍ରଧାନ ବୋଲି ଜଣାପଡିଛି ।
Prev Post