csstore

ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ସାକ୍ଷାତ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପରଝରରେ ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ସାକ୍ଷାତ କରିବା ସହିତ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ଦେଓଗାଁ ବ୍ଲକ୍‌ ଉପରଝର ଗାଁରେ ୬୫ ଜଣ ବ୍ୟକ୍ତି ଡାଇରିଆ ରୋଗରେ ପୀଡିତ ଥିବା ଖବର ପାଇ ଶ୍ରୀ ସିଂହଦେଓ ଉପରଝର ଗ୍ରାମରେ ଗତ ରାତି ପ୍ରାୟ ୧୧ଟାରେ ପହଞ୍ଚି ଲୋକଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହିତ ଡାକ୍ତରୀ ଟିମ୍‌କୁ ଚିକିତ୍ସା ପାଇଁ ସହଯୋଗ କରିବାକୁ ଭୀମଭୋଇ ମେଡିକାଲ୍‌ କଲେଜ୍‌ର ସୁପରିଟେଣ୍ଡେଣ୍ଟ ତଥା ଡାକ୍ତରମାନଙ୍କ ସହିତ ଆଲୋଚନା କରି ଉତ୍ତମ ଚିକିତ୍ସା ପାଇଁ ସହଯୋଗ କରିଥିବା କୁହାଯାଇଛି ।

jayashree
Leave A Reply

Your email address will not be published.