ତିନି ଦିନ ଧରି ତୁଜୁଙ୍ଗ ରାମଲୀଳା ମଞ୍ଚସ୍ଥ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ୫୪ତମ ଶ୍ରୀରାମଲୀଳା ମହୋତ୍ସବ ବହୁତ୍ ଧୁମ୍ ଧାମରେ ତୁଜୁଙ୍ଗ ଗ୍ରାମରେ ପାଳିତ ହୋଇଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମଲୀଳା ନାଟକଟି ରବିବାର ରଜନୀରେ ଉଦ୍‌ଯାପିତ ହୋଇଛି । ତିନିଦିନ ଧରି ଚାଲିଥିବା ଏହି ନାଟକଟିର ଆଦ୍ୟ ରଜନୀରେ ଆଦ୍ୟ କାଣ୍ଡ ଏବଂ ଅଯୋଧ୍ୟା କାଣ୍ଡ ଦ୍ୱିତୀୟ ରଜନୀରେ ଅରଣ୍ୟ କାଣ୍ଡ ତଥା ଉଦ୍‌ଯାପନୀ ସନ୍ଧ୍ୟାରେ କିସ୍କିନ୍ଧ୍ୟା କାଣ୍ଡ ଏବଂ ସୁନ୍ଦରା କାଣ୍ଡ ଗ୍ରାମର କଳାକାରମାନଙ୍କ ଦ୍ୱାରା ପରିବେଷିତ ହୋଇଅଛି । କଳାକାରମାନଙ୍କ ନିପୁଣ ଅଭିନୟକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି । ପ୍ରତିବର୍ଷ ରାମାୟଣର କଥାବସ୍ତୁକୁ ଲୋକଲୋଚନକୁ ଆଣିବା ନିମନ୍ତେ କଳାକାରମାନଙ୍କ ଏହି ଅଭିନବ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.