ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଜଣେ ମୃତ, ୨ ଗୁରୁତର

କଳାହାଣ୍ଡି, (ପି.କେ.ସାହୁ) : ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଥିବା ଖବର ମିଳିଛି । କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ‌ସ୍ଥ ପରମାନନ୍ଦପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଥିବା ଆଜି ଜଣାପଡିଛି । ସୂଚନା ଅନୁସାରେ ଗାଁର ଖଗେଶ୍ବର ଭଁଇସାଲର ଝିଅ ଗୁଡି ଭଁଇସାଲ ଘର ଛପର ଉପରେ ଓଦା କପଡା ଶୁଖାଇବା ସମୟରେ ଉକ୍ତ ଛପର ଉପରେ ଯାଇ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ତାଙ୍କୁ ବଞ୍ଚାଇକୁ ଯାଇ ତାଙ୍କ ବଡ ଭାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ବାପା ଓ ଅନ୍ୟ ଭାଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

error: Content is protected !!