oom

ମୁରିବାହାଲ ଥାନା ପୁଲିସ ପକ୍ଷରୁ ମୁରିବାହାଲ, ଗୁଡିଘାଟ ଓ ହଳଦୀରେ ଫ୍ଲାଗମାର୍ଚ୍ଚ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ଥାନା ପୁଲିସ ପକ୍ଷରୁ ଆଜି ରବିବାର ପୂର୍ବାହ୍ନରେ ମୁରିବାହାଲ, ଗୁଡିଘାଟ ଓ ହଳଦୀ ପଞ୍ଚାୟତ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା । ଆଗାମୀ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ମୁରିବାହାଲ, ଗୁଡିଘାଟ ଏବଂ ହଳଦୀ ପଂଚାୟତ ସମେତ ଥାନା ଅନ୍ତର୍ଗତ ସମସ୍ତ ଗାଁଗୁଡିକରେ ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖି ସ୍ୱଚ୍ଛନ୍ଦରେ ଭୋଟ ଦେବା ନେଇ ଆହ୍ୱାନ ଦିଆଯାଇଥିଲା । କଣ୍ଟାବାଞ୍ଜି ଏସ୍‌ଡ଼ିପିଓ ଗୌରଙ୍ଗ ଚରଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଫ୍ଲାଗମାର୍ଚ୍ଚରେ ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ସବଇନ୍ସେକ୍ଟର ଦନାର୍ଦମ ଓରାମ, ପ୍ରମୋଦ କୁମାର ପଧାନ, ଏଏସ୍‌ଆଇ ସୁଶୀଲ କୁମାର ମହାପାତ୍ର, ଜଗଦୀଶ ମହାନନ୍ଦ, ରବୀନ୍ଦ୍ର କୁମ୍ଭାରଙ୍କ ସହ ମୁରିବାହାଲ ଥାନା ପୁଲିସ ଏବଂ କଣ୍ଟାବାଞ୍ଜି ଥାନା ପୁଲିସର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.