ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଯାତ୍ରା ଜଗତର ସ୍ୱନାମଧନ୍ୟ ନିର୍ଦ୍ଦେଶକ ଲିଟିଲ-ଷ୍ଟାର ସି.ଏଚ୍. ରାଜୀବ ଲୋଚନ ରେଡ୍ଡୀ ଏକ ଅନନ୍ୟ ପ୍ରତିଭା ଅଟନ୍ତି । କମ୍ ବୟସରୁ ସେ ଜଣେ ନୂତନ ଚର୍ଚ୍ଚିତ ଚେହେରା ଅଟନ୍ତି । ନାଟକ ଅଭିନୟକୁ ପରିକଳ୍ପନା କରି ଦର୍ଶକ ଦେବତାଙ୍କୁ ସମାଜରେ ଉଚିତ ବାର୍ତ୍ତା ଦେଇଆସିଛନ୍ତି । ଚଳିତବର୍ଷ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡନାଟ ଯାତ୍ରା ମଞ୍ଚରେ ତାଙ୍କ ନିଖୁଣ ଉଚ୍ଚକୋଠୀର ଅଭିନୟ ଅଗଣିତ ଦର୍ଶକଙ୍କୁ ଚକିତ କରି ଦେଇଛି । ମଞ୍ଚ-ନିର୍ଦ୍ଦେଶନା ଦେଇ ଆସୁଥିବା ରାଜୀବ ସାର ସବୁଠି ଏବେ ଚର୍ଚ୍ଚାରେ । ଛତ୍ରପୁର ବ୍ଲକ ବିପୁଳିଙ୍ଗୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲାପଲ୍ଲୀ ଗ୍ରାମର ବାସିନ୍ଦା ରାଜୀବ ସାର ପେସାରେ ଜଣେ ଶିକ୍ଷକ । ନିଶାରେ ମଞ୍ଚ-ଅଭିନୟ କରିବା ଏବଂ ମଞ୍ଚ-ନିର୍ଦ୍ଦେଶନା ଦେବା, ମଞ୍ଚ କଳାକାରଙ୍କୁ ତାଲିମ ଦେବା ଆଦି ଭୂମିକା ନିର୍ବାହ କରିଆସିଛନ୍ତି । ଭଞ୍ଜନଗର ବ୍ଲକର ଇତିହାସ ରଚିଥିବା ଗଞ୍ଜାମ ଜିଲ୍ଲା ପରମ୍ପରା ବିଧାନ ଦଣ୍ଡନାଚ ପରମ୍ପରା ସ୍ରଷ୍ଟା ସୃଷ୍ଟି ଗାଲେରୀ ଗ୍ରାମର ମା’ଦଣ୍ଡକାଳୀ ନାଟ୍ୟ ସଂସଦ ଦଣ୍ଡନାଟ ପୁଞ୍ଜାରେ ଅତି ଉଚ୍ଚକୋଟୀର ଢ଼ଙ୍ଗରେ ନାଟକକୁ ନିର୍ଦ୍ଦେଶନା ଦେଇଥିଲେ । ଉକ୍ତ ନାଟ୍ୟ ପୁଞ୍ଜାରେ ବୟସ୍କ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ନିରଞ୍ଜନ ବେହେରାଙ୍କ ମିଳିତ ସହଯୋଗରେ ଗୁରୁଶ୍ରୀ ରାଜୀବ ସାରଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ହସ-ଲୁହ-ଭରା ମହାନ ସାମାଜିକ ନାଟକ ‘ଆଖିର ଜନମ କାନ୍ଦିବା ପାଇଁ’ ମା’ ଗାଲେରୀ ଦଣ୍ଡ କାଳୀଙ୍କ ଅନୁଷ୍ଠାନରେ ନାରୀ ଅଭିନେତ୍ରୀ ପ୍ରବେଶ ନିଷେଧ ହେତୁ ତାଙ୍କ ସ୍ଥାନରେ ଅତି ସୁନ୍ଦର କିନ୍ନର ନାରୀ ଅଭିନେତ୍ରୀ ଓ ଗ୍ୟାଲେରୀ ଗ୍ରାମର ବରିଷ୍ଠ କଳାକାରମାନଂକୁ ନେଇ ନାଟକକୁ କଷ୍ଟ କୌଶଳ, ଉଚ୍ଚ ଅଭିଳାଶ, ଉଚ୍ଚକୋଟିର ଜୀବନ୍ତ ଅଭିନୟ ତାଲିମ ନିର୍ଦେଶନା ଦେଇଛନ୍ତି । ସେ ମଞ୍ଚ ଉପରକୁ ଆସିବା ମାତ୍ରକେ ଲୋକଙ୍କ ପ୍ରଶଂସା ସାଉଁଟିବା ସହ ଆକ୍ରୋଶର ଶିକାର ମଧ୍ୟ ହୋଇଛନ୍ତି । ନାଟ୍ୟ ମଞ୍ଚର ମଣିଷ ସ୍ଵନାମଧନ୍ୟ ନିର୍ଦ୍ଦେଶକ ରାଜୀବ ସାର୍ ଜଣେ ଶାନ୍ତ, ଶିଷ୍ଟ ଓ ମିଷ୍ଠଭାସୀ ଅଟନ୍ତି । ଆଇଟିଆଇ ଶିକ୍ଷକ ରୂପେ ପରିଚିତ । ଚଳିତବର୍ଷ ଭଞ୍ଜନଗର ସହରରେ ଯାତ୍ରା ଚାଲିଥିବା ସମୟରେ ତାଙ୍କ କଳା ନିପୁଣତାର ପରିଚୟ ସଭିଙ୍କୁ ଆଦରି ନେଇଛି । ଅନେକ ତାଙ୍କ କଳାର ଭୂୟସୀ ପ୍ରଶଂସା ଗାନ କରିଥିଲେ । ପିଲାବେଳୁ କଳା, ଅଭିନୟ ନିଶା ଥିବା ବେଳେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ଉତ୍ସବରେ ଅଭିନୟ କରିଥିଲେ । ପରେ ୨୦୧୬ ମସିହାରେ ବାଲୁଗାଁ ବ୍ଲକର ନିମେଇମଲ୍ଲ ଗ୍ରାମରେ ଠାକୁରାଣୀ ଯାତ୍ରା ଉପଲକ୍ଷେ ଗୁରୁ ଏ. ସୀମାଦ୍ରୀ ସାର (ପଲିପଦ୍ମନାଭପୁର)ଙ୍କ ନିର୍ଦ୍ଦେଶନା ଓ ରାଜୀବ ସାରଙ୍କ ସହ-ନିର୍ଦ୍ଦେଶନାରେ ‘କାଳିଆ ଦେଖୁଚି କଳା ଦୁନିଆ’ ନିର୍ଦ୍ଦେଶନା ଆରମ୍ଭ କରିଥିଲେ । ପରେ ସହର ଓ ଆଖପାଖ ଅଞ୍ଚଳରେ ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ମିଳିତରେ ସହ ନିର୍ଦେଶନା ଦେଇଥିଲେ । ବିଶେଷ କରି ଖଲ୍ଲିକୋଟ ଠେକୁଆପଲ୍ଲୀ ଗ୍ରାମରେ ନାଟକ ‘ଜଳିନୀ ଏନ୍ତୁଡ଼ି ଜଳୁଛି ଜୁଇ’ ନିଜେ ଉନ୍ନତମାନର, ଉଚ୍ଚକୋଟିର ନିର୍ଦ୍ଦେଶନା ଦେଇଥିଲେ । ୨୦୨୩ ମସିହା ନଭେମ୍ବର ୧୦ ତାରିଖରେ ନିଜ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମା’ ମାଲୁଆଣୀ ଯୁବକ ସଂଘ ଆନୁକୂଲ୍ୟରେ ମାଳୁଆଣୀ ରଙ୍ଗ ମଞ୍ଚରେ କାଞ୍ଚଣା ଗ୍ରାମର ଗୁରୁଶ୍ରୀ ରାଜେନ୍ଦ୍ର ପ୍ରସାଦ ଜେନା ଓ ଲିଟିଲ-ଷ୍ଟାର ରାଜୀବ ଲୋଚନ ରେଡ୍ଡୀଙ୍କ ମିଳିତ ବଳିଷ୍ଠ ନିର୍ଦ୍ଦେଶନାରେ ବିନୋଦ ବିହାରୀ ମାର୍ଥାଙ୍କ ରଚିତ ନାଟକ – ‘ଜନମ ନେଇଛି କାନ୍ଦିବା ପାଇଁ’ ନିର୍ଦ୍ଦେଶନା ଦେଇ ଛତ୍ରପୁର ବ୍ଲକରେ ସତନ୍ତ୍ର ନିର୍ଦ୍ଦେଶକ ପରିଚୟ ପାଇଥିଲେ । ଏଵେ ଚଳିତବର୍ଷ ଶ୍ରୀ ମା’ ଗେଲେରୀ ଦଣ୍ଡ କାଳୀ ଯାତ୍ରାରେ ନିର୍ଦ୍ଦେଶକ ଗୁରୁଦାୟିତ୍ୱ ନେଇଥିଲେ । ଅତୀତରେ ଯାତ୍ରାପ୍ରେମୀ ଓ କଳା ନିଶା ଦେଖି ଦୁର୍ଗଶ୍ରୀ ଗଣନାଟ୍ୟରେ ପାପୁବ୍ରହ୍ମା ସାରଙ୍କ ସହ ମିଶି ସହ ନିର୍ଦ୍ଦେଶକର ସୁଯୋଗ ବି ପାଇଥିଲେ । ସେ ଜଣେ ରାଷ୍ଟ୍ରୀୟ କଳାକାର ସଂଘର ସଦସ୍ୟ ଅଟନ୍ତି । ଓଡ଼ିଆ ଜଲିଉଡ ଜଗତରେ ବେଶ ଜଣାଶୁଣା କଳାକାର । ରାଜୀବ ସାର ତାଙ୍କ ବାପାଙ୍କୁ ବେଶୀ ଡରନ୍ତି କାରଣ ପରିବାରର ଗୋଟେ ପୁଅ ହୋଇଥିବାରୁ ଯାତ୍ରା ଲାଇନକୁ ଯିବା ପାଇଁ ବାରଣ କରିବା ସତ୍ତ୍ୱେ ଗାଳିଗୁଲଜ ଶୁଣି ମଧ୍ୟ ଯାତ୍ରା ମଞ୍ଚରେ ପାଦଦେଇ ନିଜର କଳାତ୍ୱକୁ ନିର୍ଦ୍ଦେଶନା ମାଧ୍ୟମରେ ଦର୍ଶକ ଦେବତାକୁ ପ୍ରଶଂସାର ପାତ୍ର ପାଲିଟିଛନ୍ତି । ମଞ୍ଚ ଉପରକୁ ଆସିବା ମାତ୍ରେ ଦର୍ଶକ ଦେବତାଙ୍କ ଏପରି ଆକ୍ରୋଶ ହେବା ତାଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ବୋଲି କହିଛନ୍ତି । ଏହା ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ଏପରି ପଞ୍ଚଭୁତରେ ଲୀନ ହେବା ପର୍ଯ୍ୟନ୍ତ ରହୁ ବୋଲି ରାଜୀବ ସାର୍ ଭାବବିହ୍ୱଳ ମନରେ ଅଗଣିତ ଦର୍ଶକଙ୍କୁ ଏହା କହିଛନ୍ତି ।