oom

ଆଜି ବଲାଙ୍ଗିର ଗସ୍ତରେ ଓଡିଶା ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଥରଚେପା ବିଜେପି କାର୍ଯ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଲାଙ୍ଗିର ଲୋକସଭା ଓ ବିଧାନସଭା ସାଙ୍ଗଠାନିକ କାର୍ଯ୍ୟକ୍ରମରେ ବିଜୟପାଲ ସିଂ ତୋମାର ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ୭ଟି ବିଧାନସଭା ଆସନ ସହ ଲୋକସଭା ଆସନରେ ବିଜେପି ପ୍ରାର୍ଥୀମାନଙ୍କ ବିଜୟକୁ ନେଇ ରଣନୀତି ପ୍ରସ୍ତୁତ ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ଆଜିର କାର୍ଯ୍ୟକ୍ରମ । ଏଠାରେ ବିଭିନ୍ନ ସାଂଗଠାନିକ ବିଷୟରେ ଆଲୋଚନା ହେବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ‘ଅବ୍‌କି ବାର୍‌, ଚାର୍‌ ଶୋ ପାର୍‌’କୁ ସଫଳ କରିବା ଦିଗରେ ବିଚାର ବିମର୍ଷ ହୋଇଛି । ଚଳିତ ନିର୍ବାଚନରେ ବଲାଙ୍ଗିର ଲୋକସଭା ଆସନରେ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଗତଥର ତୁଳନାରେ ଆହୁରି ଅଧିକ ଭୋଟ୍‌ ପାଇ ଜୟଯୁକ୍ତ ହେବେ ବୋଲି ମଧ୍ୟ ସେ ଆଶା ବ୍ୟକ୍ତ କରିଛନ୍ତି । ଦଳୀୟ ଅସନ୍ତୁଷ୍ଟତା ସଂପର୍କରେ ମଧ୍ୟ ମତ ରଖିଛନ୍ତି ଶ୍ରୀ ତୋମାର । ଯେଉଁମାନେ ବି ନିର୍ବାଚନ ଟିକଟ ପାଇଁ ଆବେଦନ କରିଛନ୍ତି, ସେମାନଙ୍କ ମଧ୍ୟରୁ କିଏ ଉଚିତ ପ୍ରାର୍ଥୀ ତାହା ଏକ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇଥାଏ ଏବଂ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥାଏ । ଯେଉଁମାନେ ଦଳୀୟ ବିଚାରଧାରା ଉପରେ ବିଶ୍ୱାସ ରଖିଛନ୍ତି, ସେମାନେ କେବେ ବି ବିଚଳିତ ହେବେନାହିଁ । ଆଜିର ସାଂଗଠାନିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ମାନସ ମହାନ୍ତି, ଲୋକସଭା ରାଜ୍ୟ ବିସ୍ତାରକ ପ୍ରଦୀପ୍ତ କୁମାର ରାୟ, ବଲାଙ୍ଗିର ଲୋକସଭା ପ୍ରଭାରୀ ଭବେନ୍ଦ୍ର ପଣ୍ଡା, ବଲାଙ୍ଗିର ଲୋକସଭା ସଂଯୋଜକ ଦୀନେଶ ଶର୍ମା, ବଲାଙ୍ଗିର ସାଂସଦ ପ୍ରାର୍ଥୀ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ବରିଷ୍ଠ ବିଜେପି ନେତା ତଥା ପାଟଣାଗଡ଼ ବିଜେପି ବିଧାନସଭା ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ । ଅବିଭକ୍ତ ବଲାଙ୍ଗିର ଲୋକସଭା ଓ ବିଧାନସଭାର କାର୍ଯ୍ୟକର୍ତ୍ତାମାନେ ଶହ ଶହ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.