csstore

ଟିଟିଲାଗଡ ବିଜେଡ଼ି ପକ୍ଷରୁ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା : ବିରୋଧୀଙ୍କୁ କଡ଼ା ଜବାବ୍‌ ଦେଲେ ଟୁକୁନି

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ ବୁଧୁବାର ସଂଧ୍ୟାରେ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ଟିଟିଲାଗଡ଼ର ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଜୋରଦାର ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଜେଡି ନଗର ସଭାପତି ଶ୍ରୀ ରଣଜିତ୍‌ ପୃଷ୍ଟିଙ୍କ ନେତୃତ୍ୱରେ ପ୍ରଥମେ ସିଟି ସ୍କୁଲ ନିକଟରେ ସ୍ୱାଗତ କରାଯିବା ପରେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ମା’ ଘଣ୍ଟାଶୁଣିଙ୍କ ମନ୍ଦିରରେ ପହଂଚି ଦର୍ଶନ ଲାଭ କରିବା ପରେ ରେଳ ଓଭର ବ୍ରିଜ ଦେଇ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ପହଂଚିଥିଲେ । ସେଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଧାନସଭା ପ୍ରାର୍ଥୀ ଶ୍ରୀମତୀ ଟୁକୁନି ସାହୁ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇଙ୍କୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ସ୍ୱାଗତ ସମୟରେ ଦେଖିବାକୁ ମିଳିଛି ବିପୁଳ ଜନ ସମର୍ଥନ । ସମ୍ବର୍ଦ୍ଧନା ସଭାରେ ଶ୍ରୀ ସିଂ ଭୋଇ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ଟିଟିଲାଗଡର ବିଧାୟକ ପ୍ରାର୍ଥୀ ଭାବେ ପୁଣି ତୃତୀୟ ଥର ପାଇଁ ଟିକେଟ ପାଇଥିବା ଶ୍ରୀମତୀ ଟୁକୁନି ସାହୁ ନିଜର ଅଭିଭାଷଣରେ ବିରୋଧୀଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି । ଯେଉଁ ଗୁଣ୍ଡା ମାନେ ସହରରେ ଗୁଣ୍ଡାରାଜ ଚଳାଇଥିଲେ, ଯେଉଁମାନେ ମୋ ସ୍ୱାମୀକୁ ମାରିବାକୁ ପଛେଇ ନଥିଲେ ସେମାନଙ୍କ ବିରୋଧରେ ଲଢେ଼ଇ ଜାରି ରହିବ ବୋଲି ମତ ରଖିଥିଲେ ଶ୍ରୀମତୀ ସାହୁ । ମୋ ସ୍ୱାମୀ କାହାର କ୍ଷତି କରି ନଥିଲେ, ଏ ଅଂଚଳର ନେତୃତ୍ୱ ନେଇଥିଲେ । ଏ ଅଂଚଳର ବିକାଶ ପାଇଁ ଲଢେଇ କରିଥିଲେ । ଏ ଅଂଚଳକୁ ସମୃଦ୍ଧ କରିବା ପାଇଁ ସ୍ୱପ୍ନ ଦେଖିଥିଲେ । ଏ ଦିଗରେ ଦକ୍ଷତା ମଧ୍ୟ ହାସଲ୍‌ କରିଥିଲେ । କିନ୍ତୁ ତାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇ ଟିଟିଲାଗଡ଼ ବିକାଶରେ ବାଧା ସୃଷ୍ଟି କରାଯାଇଥିଲା । ସେ ଆହୁରି କହିଛନ୍ତି ଯେ, କିଛି ଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି – ଆମେ ପଇସା ଦେବୁ, ପଇସା ବଳରେ ଭୋଟ କିଣିବୁ । ଟିଟିଲାଗଡ ଲୋକ ଏତେ ଶସ୍ତା ନୁହନ୍ତି କିମ୍ବା ବିଜୁ ଜନତା ଦଳର କର୍ମୀ ଏତେ ଶସ୍ତା ନୁହନ୍ତି, କାହାର ପଇସାରେ ବିକ୍ରୀ ହେବେ । କଟାକ୍ଷ କରି କହିଛନ୍ତି, କୌଣସି ବ୍ୟବସାୟୀ କେବେ ଜଣେ ମା’ର ମନ ଚିହ୍ନିପାରେନି କି ବାପର ମନ୍‌ ଚିହ୍ନେନି । ଯେଉଁ ଲୋକ ନିଜ ମା’କୁ ସମ୍ମାନ ଦେଇନି, ସେହି ଲୋକ କୁଚକ୍ରୀ ଗୋଷ୍ଠୀ ସହ ହାତ ମିଶାଇ ଟିଟିଲାଗଡ଼କୁ ବରବାଦ କରିବାକୁ ଚାହୁଁଛନ୍ତି । ତାଙ୍କୁ ଆପଣମାନେ ଜବାବ୍‌ ଦେବେ ଆସନ୍ତା ମେ’ ମାସ ୨୦ ତାରିଖରେ । ସେହଦିନ ଧର୍ମର ଜୟ ହେବ, ସତ୍ୟର ଜୟ ହେବ । ଆପଣଙ୍କ ଉପରେ ମୋର ଆସ୍ଥା ଆଉ ବିଶ୍ୱାସ ରହିଛି ବୋଲି କହିଥିଲେ ଶ୍ରୀମତୀ ସାହୁ ।

jayashree
Leave A Reply

Your email address will not be published.