pakka

ପୋଲିସ ପାଟ୍ରୋଲିଂ ବେଳେ ଦୁଇ ଫେରାର୍‌ ଅଭିଯୁକ୍ତ ଗିରଫ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା ପକ୍ଷରୁ ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଥାନା ଅଞ୍ଚଳରେ ପୋଲିସର ଉପସ୍ଥିତକୁ ଲୋକଙ୍କୁ ଜଣାଇବା ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ସବୁ ସମୟରେ ଉପସ୍ଥିତ ରହିଥିବା ଲୋକଙ୍କୁ ସଚେତନ କରି ଜଣାଉଛି । ଏଥିପାଇଁ ପୋଲିସ ପୂର୍ବରୁ ନିୟମିତ ବ୍ରାହ୍ମଣୀ ଗାଁରେ ପାଟ୍ରୋଲିଂକୁ କଡାକଡି କରିବା ସହ ଗାଡିମୋଟର ଯାଞ୍ଚ କରାଯାଉଛି । ସେହିପରି ଫ୍ଲାଗମାର୍ଚ୍ଚ କରି ଲୋକଙ୍କୁ ସଚେତନ କରାଇଛି । ସେହିକ୍ରମରେ ଉକ୍ତ ଥାନା ଅଞ୍ଚଳ ଗଦାପୁରଠାରେ ଫ୍ଲାଗମାର୍ଚ୍ଚ କରାଯାଇଥିବା ଜଣାପଡିଛି । ସେହିପରି ୨୦୧୯ରେ ଏକ ମାମଲାରେ ଫେରାର୍‌ ହୋଇଥିବା ୨ ଜଣ ଫେରାର୍‌ ଅଭିଯୁକ୍ତଙ୍କୁ ବ୍ରାହ୍ମଣୀ ଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଉକ୍ତ ଥାନା କିରାମାହା ଗ୍ରାମର କିଷାନ ବସ୍ତରାୟ ଏବଂ ଲଷ୍ମୀକାନ୍ତ ବସ୍ତରାୟ । ସେମାନଙ୍କ ନାମରେ ପୂର୍ବରୁ ମାମଲା (୨୪/୧୯ ) ରହିଥିବା ବିଷୟ ଥାନା ଅଧିକାରୀ ଚିରଞ୍ଜୀବି ବେହେରା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

three × 1 =