csstore

ମେ ଏଗାରରେ ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମେ ଏଗାର ତାରିଖ ମାସର ଦ୍ଵିତୀୟ ଶନିବାର ଦିନ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ବଲାଙ୍ଗିର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ମୁରିବାହଲ ଏବଂ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ପ୍ରକାର ବିଚାରଧିନ, ମୋକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନ୍ସ, ବ୍ୟାଙ୍କଋଣ, ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ, ବୈବାହିକ ଜନିତ ବିବାଦ, ଜମି ଅଧିଗ୍ରହଣ, ଚାକିରି ଓ ଅନ୍ୟାନ୍ୟ ଦେୱାନି ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହାସହ ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ମାମଲାର ସମାଧାନ ମଧ୍ୟ ଏହି ଅଦାଲତରେ ହେବ । ଲୋକ ଅଦାଲତରେ ମଧ୍ୟ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡେ ନାହିଁ । ଏହି ଅଦାଲତର ରାୟ ବୈଧ ଏବଂ ଚୁଡାନ୍ତ ଅଟେ । ଦୀର୍ଘଦିନ ଧରି ଚାଲୁଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍କ ଓ ସମୟ ଅପଚୟରୁ ମୁକ୍ତି ପାଇବାକୁ ଏହା ଏକ ସୁଯୋଗ । ଏହି ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଏବଂ ତାଲୁକ ଆଇନ ସେବା କମିଟି ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ମୁରିବାହଲ ଏବଂ ବଙ୍ଗୋମୁଣ୍ଡା ସହିତ ଯୋଗାଯୋଗ କରିବାକୁ ସୂଚନା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.