oom

କପିଲାଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ : ଉତ୍ତମ ଶିକ୍ଷାଲାଭ କରି ଭବିଷ୍ୟତରେ ସୁନାଗରିକ ହେବା ପାଇଁ ଆହ୍ୱାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବାର୍ଷିକ ଉତ୍ସବରେ ପ୍ରଥମେ ବାଗଦେବୀ ମାଁ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସାଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ବିଶ୍ୱାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଲାସ ଭୋଇ ,ମୁଖ୍ୟବକ୍ତା ଭାବେ ଜୁରାବନ୍ଧ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦେବରାଜ ମେହେର ,ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, କୁର୍ଲୁବାହାଲ ହାଇସ୍କୁଲର ହିନ୍ଦୀ ଶିକ୍ଷକ ନରେନ୍ଦ୍ର ମେହେର, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ବସନ୍ତ ମାଧୁରୀ ଛତ୍ରିଆ, ବିଦ୍ୟାଳୟ ପରିଚାଳନା ସମିତିର ସଭାନେତ୍ରୀ ରୀତା ହଂସ, ଏଆଇଫ ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ସୁଧାଂଶୁ କୁମାର ବାବୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା କରି ଭବିଷ୍ୟତରେ ଏକ ସୁନାଗରିକ ହେବା ପାଇଁ ବକ୍ତାମାନେ ଆହ୍ୱାନ କରିଥିଲେ । ଏହି ଅବସରରେ ସର୍ବଶ୍ରେଷ୍ଠ ମେଧାବୀ ଛାତ୍ର ପୁରସ୍କାର ଦିବ୍ୟାଙ୍ଗ ଲିତେଶ ହଂସଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ପୂର୍ବତନ ସଭାପତି ଶୋଭା ହଂସ, ଗୋପିନାଥ ବିଶି, ସଭାନେତ୍ରୀ ସସ୍ମିତା ହଂସମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ହୋଇଥିବା ୪୦ରୁ ଅଧିକ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଗଣେଶ୍ୱର ପ୍ରଧାନ ମଂଚ ପରିଚାଳନା କରିଥିଲେ । ଶିକ୍ଷୟତ୍ରୀ ରଶ୍ମିରେଖା ମେହେର ବାର୍ଷିକ ବିବରଣୀ ପଠନ କରିଥିବା ବେଲେ ଶିକ୍ଷକ ଦୀପକ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ମାଁ ସାହାଜୀ ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ସଂଯୋଜନା କରିଥିଲେ । ଏଥିରେ ଶିକ୍ଷକ ସାଧୁରାମ ବିଶି, ନେତ୍ରାନନ୍ଦ ପ୍ରଧାନ, ଆଇଇଭି ଜୟନ୍ତୀଲାଲ ହଂସ, ଗୋବିନ୍ଦ ମଲ୍ଲିକ, ତ୍ରିଲୋଚନ ବେହେରା, ଦେବଦତ୍ତ ସାହୁ, ଭୀଷ୍ମଶଙ୍କର ଭୋଇ, ଦୀପକ ରଞ୍ଜନ ହଂସଙ୍କ ସହ ବିଦ୍ୟାଳୟ ପରିଚାଳନା ସମିତି ସହ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.