oom

ଗଜପତି ଜିଲ୍ଳାର ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ନିର୍ବାଚନ ପ୍ରଚାର ଆରମ୍ଭ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଳାର ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ମୋହନା ବ୍ଲକର ଲୁହାଗୁଡ଼ିଠାରୁ ମୋହନାର କଣ୍ଟେଇକୋଳି ଏବଂ ପିଣ୍ଡିକି ପର୍ଯ୍ୟନ୍ତ ରୋଡ ଶୋ କରି ବିଜେଡି ଓ ବିଜେପି କିପରି ରାଜ୍ୟ ଏବଂ ଦେଶର ବିନାଶ କରୁଛନ୍ତି ପ୍ରଚାର କରିବା ସହ କଂଗ୍ରେସ ଦେଶ ସ୍ଵାଧୀନ ସହ ରାସ୍ତା, ପାନୀୟଜଳ ପ୍ରକଳ୍ପ, ଅଞ୍ଚଳରେ ଥିବା ଜଳସେଚନ ପ୍ରକଳ୍ପ ଏବଂ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଦେଖୁଛନ୍ତି ସେ ଗୁଡ଼ିକ କଂଗ୍ରେସ ସରକାର ସମୟରେ ହୋଇଥିବା ପ୍ରକାଶ କରିଥିଲେ । ଏହି ପ୍ରଚାର ସହ ରୋଡ ଶୋ ପ୍ରଚାରରେ ପ୍ରାୟ ତିନି ହଜାରରୁ ଅଧିକା ପୁରୁଷ ଓ ମହିଳା ସାମିଲ ଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ରାଜ୍ୟ କଂଗ୍ରେସ ସରକାର ବଧ୍ୟତାମୂଳକ ସରକାର କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିବା ସଙ୍ଗେ ସରକାର କଣ କରିବେ ତାର ସଂକଳ୍ପ ପତ୍ର ଘୋଷଣା କରିଥିଲେ । ଏହି ପ୍ରଚାର ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସମେତ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋହନା, ନୂଆଗଡ, ରାୟଗଡ଼ ଏବଂ ଆର. ଉଦୟଗିରି ବ୍ଲକର ହଜାର ହଜାର ନେତା ଓ କର୍ମୀ ପ୍ରଚାରରେ ଭାଗ ନେଇଥିଲେ । ବିଧାୟକ ପ୍ରାର୍ଥୀ ଗତ ନିର୍ବାଚନରେ ଯେତିକି ଭୋଟ୍‌ ପାଇଁ ବିଜୟୀ ହୋଇଥିଲା ଚଳିତ ନିର୍ବାଚନରେ ତାଠାରୁ ତିନି ଗୁଣ ଅଧିକା ଭୋଟ୍‌ ପାଇ ବିଜୟୀ ହେବି ବୋଲି ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.