ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ଆନୁକୁଲ୍ୟରେ ଦିନିକିଆ ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଞ୍ଜେଲ ୱାନର ସହକାରୀ ପ୍ରବନ୍ଧକ ଦେବୀପ୍ରସାଦ ମିଶ୍ର ଭାରତୀୟ ଶିକ୍ଷା ପଦ୍ଧତି ଓ ସେୟାର ବଜାରରେ ବୁଝାମଣା ଡେରିଭେଟିବ୍ ଅପ୍ସନ ଓ ଫ୍ୟୁଚର ପ୍ରସଙ୍ଗରେ ଶିକ୍ଷାଦାନ ଦେଇଥିଲେ । ପ୍ରାଚୀନ ଭାରତୀୟ ବ୍ୟବସାୟଠାରୁ ଆରମ୍ଭ କରି ବର୍ତ୍ତମାନର ଆଧୁନିକ ବ୍ୟବସାୟ ଯୁଗରେ କିପରି ସଫଳତା ସହ ବ୍ୟବସାୟ କରିପାରିବା ବିଶେଷ କରି ସେୟାର ବଜାର ନୂତନ ବୁଝାମଣା ପଦ୍ଧତି ଯଥା ଆଗରୁ ଟି+୧, ପରିବର୍ତ୍ତରେ ଏବେ ଟି+୦ ଦିନରେ ଅର୍ଥ ବୁଝାମଣା ପଦ୍ଧତିର ଗ୍ରହଣ, ଡେରିଭେଟିବ୍ ଅପ୍ସନ ଓ ଫ୍ୟୁଚରର ବ୍ୟବହାର ଉପରେ ଆଲୋକପାତ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ସହ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରଖାଯାଇଥିଲା । ପରେ ପରେ ଧନ୍ୟବାଦ ଅର୍ପଣ ସହ ଦେବୀପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ବିଭାଗୀୟ ଛାତ୍ରଛାତ୍ରୀ ତଥା ଅଧ୍ୟାପକମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ଏହିକାର୍ଯ୍ୟକ୍ରମଟି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ସ୍ନାତକୋତ୍ତର ବିଭାଗ ସମୂହର ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଉପଦେଶ କ୍ରମେ ଆୟୋଜନ କରାଯାଇଥିଲା । ବିଭାଗର ସଂଯୋଜକ ଡଃ. ମହେଶ୍ୱର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଓ ବିଭାଗର ଅନ୍ୟାନ ଅଧ୍ୟାପକ ଓ ଅଧ୍ୟାପିକା ଗଣ ଯଥା ଡଃ. ବି. ଭେଙ୍କଟେଶ୍ୱର ରାଓ, ଡଃ. ଚନ୍ଦ୍ରିକା ପ୍ରସାଦ ଦାଶ, ଶକ୍ତି ରଞ୍ଜନ ଦାଶ, ଡଃ. ଜିନତା ପଟ୍ଟନାୟକ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତା ସହ ଆୟୋଜନା କରାଯାଇଥିଲା ।
Prev Post