oom

କଅଗାଁରେ ସମରେନ୍ଦ୍ର ନରସିଂହଙ୍କ ସାଧାରଣ ସଭା : ପଳାୟନପନ୍ଥୀ ରାଜନୀତି ଚଳିବ ନାହିଁ – ସମରେନ୍ଦ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜନୀତିର ପ୍ରକୃତ ଅର୍ଥ ଲୋକଙ୍କ ସେବା କରିବା । କିନ୍ତୁ ରାଜତନ୍ତ୍ର ସମୟରେ ବଲାଙ୍ଗିରରେ ଏକଛାତ୍ରବାଦୀ ଶାସନ ଚଳେଇ ସରିଲାପରେ ପୁଣି ଗଣତନ୍ତ୍ରକୁ ନିଜ କବ୍‌ଜରାରେ ରଖି ଏଠାକାର ସମାନ୍ତବାଦୀମାନେ ବହୁବର୍ଷ ଧରି ରାଜନୈତିକ କ୍ଷମତା ପାଇ ମଧ୍ୟ ବଲାଙ୍ଗିର ବାସୀଙ୍କୁ ପ୍ରତାରିତ କରିଛନ୍ତି । ରାଜ୍ୟସରକାରରେ ଅନେକ ଗୁରୁତ୍ୱପୂର୍ଣ ବିଭାଗରେ ମନ୍ତ୍ରୀତ୍ୱ ପାଇ ମଧ୍ୟ ବଲାଙ୍ଗିରର ବିକାଶ ପରିବର୍ତ୍ତେ ବଲାଙ୍ଗିରର ବିନାଶ କରିଛନ୍ତି । ଏହି ତଥା କଥିତ ରାଜା ବାବୁମାନେ ଲୋକଙ୍କ ବହୁମୂଲ୍ୟ ଭୋଟ ନେଇ ରାଜ୍ୟ ବାହାରେ ନିଜ ଘରେ ଆରାମରେ ରୁହନ୍ତି, ତେଣୁ ନିର୍ବାଚନ ଭୋଟ ପାଇବା ପରେ ପଳାୟନପନ୍ଥୀ ସାଜୁଥିବା ଏପରି ସମାନ୍ତବାଦୀଙ୍କୁ ଆଗାମୀ ଦିନରେ ଲୋକେ ଉଚିତ୍‌ ଜବାବ ଦିଅନ୍ତୁ ବୋଲି ଆଜି ବଲାଙ୍ଗିର ସଦର ବ୍ଲକ୍‌ ସ୍ଥିତ କଅଗାଁଠାରେ ଅନୁଷ୍ଠିତ ସାଧାରଣ ସଭାରେ ଏ ଆଇସିସି ସଦସ୍ୟ ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସାଧାରଣ ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘବର୍ଷ ଧରି ବଲାଙ୍ଗିର ବାସୀ ଏଠାକାର ରାଜପରିବାରକୁ କ୍ରମାଗତ କ୍ଷମତା ପ୍ରଦାନ କରିଥିଲେ କିନ୍ତୁ ପ୍ରତିବଦଳରେ ଏମାନେ ବଲାଙ୍ଗିରର ଛାତ୍ର ଯୁବକମାନଙ୍କ ପାଇଁ ଶିକ୍ଷା ଓ ରୋଜଗାର କ୍ଷେତ୍ରରେରେ କୌଣସି ପଦକ୍ଷେପ ନେଲେନାହିଁ କୃଷି, ସ୍ୱାସ୍ଥ୍ୟ, ଗମନା ଗମନରେ ବଲାଙ୍ଗିରକୁ ଆହୁରି ପଛକୁ ନେଇଗଲେ । ଏମାନଙ୍କ ବଲାଙ୍ଗିର ଲୋକଙ୍କ ପ୍ରତି ସମ୍ବେଦନଶୀଳତା ନାହିଁ କାରଣ ଏମାନେ ବଲାଙ୍ଗିରର ନୁହନ୍ତି, ବଲାଙ୍ଗିର ଏମାନଙ୍କ ପାଇଁ କେବଳ ଏକ ନିର୍ବାଚନ କ୍ଷେତ୍ର, ପାଞ୍ଚ ବର୍ଷରେ ଥରେ ଆସିବେ ଆଉ ନିର୍ବାଚନ ଲଢ଼ିବେ ଆଉ ଲୋକଙ୍କୁ ପ୍ରତାରଣା କରିବେ । ତେଣୁ ଲୋକେ ସାବଧାନ ରୁହନ୍ତୁ, ଏପରି ତତ୍ୱଙ୍କୁ ଆଗାମୀ ଦିନରେ ଆସୁଥିବା ନିର୍ବାଚନରେ ଦରଖାସ୍ତ କରନ୍ତୁ ବୋଲି ସମରେନ୍ଦ୍ର ମିଶ୍ର କହିଥିଲେ । ସଭାରେ ବଲାଙ୍ଗିର ବିଧାୟକ ଆଗାମୀ ନିର୍ବାଚନକୁ ନେଇ ଲୋକଙ୍କୁ ସଚେତନ କରିବା ସହ ବିଜେଡି ସରକାରର ଏକଛାତ୍ରବାଦୀ ମନୋଭାବ, କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରତିଶୃତିର ଜବାବ ଲୋକେ ମାଗନ୍ତୁ ବୋଲି କହିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ରରେ ଥିବା ସରକାରକୁ ନାଁ ବଦଳାଇଲେ ଦେଶରେ ଗରିବ ଲୋକ ଆହୁରି ହଇରାଣ ହେବେ ବୋଲି କହିବା ସହ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ହାତ ଚି଼ହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଆଜିର ଏହି ସଭାରେ କଅଗାଁ, ଚନ୍ଦନଭାଟି ଆଦି ଅଂଚଳରୁ ଅନେକ ଲୋକ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.