jsm

ଅଲ୍‌ ଓଡିଶା ଆର୍ଟିଷ୍ଟ କ୍ରିକେଟ୍‌ ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍‌ଠାରେ ବଲାଙ୍ଗିର ଯୁବ କଳାକାର ସଂଘର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଅଲ୍‌ ଓଡିଆ ଆର୍ଟିଷ୍ଟ ପ୍ରିମିୟମ୍‌ ଲିଗ୍‌ ୨୦୨୪ ସିଜନ -୩କୁ ସମାଜସେବୀ ଶ୍ରୀକର ମିଶ୍ର ଉଦ୍‌ଘାଟନ କରିଥିଲେ । ଆଜିର ଏହି ପ୍ରଥମ ଦିନ ସବୁ ଜିଲ୍ଲାରୁ କଳାକାର ଆସି ଆଜିର ମ୍ୟାଚ୍‌ରେ ବିଭିନ୍ନ ଦଳ କ୍ୱାଟର ଫାଇନାଲ୍‌ ଖେଳି କାଲି ସେମିଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ରେ ପ୍ରବେଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀକର ମିଶ୍ର, ସମ୍ମାନିତ ଅତିଥି ସନ୍ଦୀପ ବାଗ, ଅନିତା ତ୍ରିପାଠି, ଗୋପାଳ ପ୍ରଧାନ, ଏସ୍‌. ସରୋଜ, ସମିର, ଅଜୟ ନାଗ, ମିଲି ବାରିକ, ଶଶି, ରାଜ ସିନ୍ଧ୍ରିୟା, ଶ୍ରୀକାନ୍ତ ବାଗ, ଦେବେନ ସାହୁ, ବିନୟ ସୁନା, ସାଗର କୁମ୍ଭାର, ଅର୍ଚ୍ଚନା ପାଢି, ନରସିଂହ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଖେଳକୁ ଅମିତ ମଛଖଣ୍ଡ, ହୃଦୟ ଶବର, ସଂଗୀତ ସାହୁ, ସୁଦର୍ଶନ ବାଗ, ମନ୍‌ସି ସୋରେନ, କଳାକୃଷ୍ଣ ସାହୁ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.