ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରାମରେ ପଞ୍ଚ ଦିବସୀୟ ଷ୍ଟାର ଉଇନ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲି ସରପଞ୍ଚ ଘାସିରାମ ରାଜପୁତ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ପ୍ରତିଯୋଗିତାର ଫାଇନାଲ ମ୍ୟାଚ ରେଙ୍ଗାଲୀ ଓ ନଅଗାଁ(ଖ) ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନଅଗାଁ ଦଳକୁ ୫ ୱକେଟରେ ହରାଇ ରେଙ୍ଗାଲି ଦଳ ବିଜୟୀ ହୋଇଥିଲା । ଉଦଯାପନି ତଥା ପୁରସ୍କାର ବିତରଣୀ ସମାରୋହରେ ରେଙ୍ଗାଲି ସରପଞ୍ଚ ଘାସିରାମ ରାଜପୁତ ଯୋଗଦେଇ ବିଜେତା ରେଙ୍ଗାଲୀ ଦଳକୁ ନଗଦ ୨୦ ହଜାର ଟଙ୍କା ଅର୍ଥରାଶି ସମେତ ଟ୍ରଫି ଏବଂ ଉପ ବିଜେତା ନଅଗାଁ ଦଳକୁ ସ୍ଥାନୀୟ ସମିତି ସଭ୍ୟ ବ୍ୟାସଦେବ ଥନାପତି ନଗଦ ୧୩ ହଜାର ଟଙ୍କା ଅର୍ଥରାଶି ସମେତ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶିକ୍ଷକ ଦିନମିତ୍ର ନାଗ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳୀ ଭାବେ ଶିବପ୍ରସାଦ ସାହୁଙ୍କୁ ପୁରସ୍କୃତ କରିଥିବା ବେଳେ ଶ୍ରେଷ୍ଠ ବୋଲର ଭାବେ ମିକୁ ସାହୁଙ୍କୁ ପୁରସ୍କୃତ କରିଥିଲେ ପୂର୍ବତନ ସମିତି ସଭ୍ୟ ପଟେତ ପାତ୍ର । ଅନଙ୍ଗ ବଗର୍ତ୍ତି, ରାମଚନ୍ଦ୍ର ଉଦୁରକୁଲିଆ, ରାଜ ଦଣ୍ଡିଆ, ପ୍ରକାଶ ବଗର୍ତ୍ତି, ଜ୍ୟୋତିରଞ୍ଜନ ପ୍ରମୁଖ ଖେଳ ପରିଚାଳନା କରିବା ସହିତ ଯେମିନି ଚିର୍ଗୁଣ, ଧନଞ୍ଜୟ ଥନାପତି, ନିରୋଜ ପୋଢ଼ ଯାଦବ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ସ୍ଥାନୀୟ ଗ୍ରାମବାସୀ ଏବଂ ଯୁବକଙ୍କ ସହାୟତାରେ ମ୍ୟାଚ ସୁରୁଖୁରୁରେ ସମାପନ ହୋଇଥିଲା ।
Prev Post
Next Post