pakka

ଘେଁସ ଠାରେ ବୀରତା ଦିବସ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶହୀଦ ପୀଠ ବୀରଭୂମି ଘେଁସ ଠାରେ ଉପଖଣ୍ତ ପ୍ରଶାସନ ତରଫରୁ ବୀରତା ଦିବସ ୨୦୨୦ ପାଳିତ ହୋଇଯାଇଛି । ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଲୋକ କବିରତ୍ନ ପଦ୍ମଶ୍ରୀ ହଲଧର ନାଗ ତଥା ଅନ୍ୟାନ୍ୟ ଅତିଥି ସଂଗ୍ରାମୀ ବୀର ମାଧୋସିଂଙ୍କ ବାସଭବନକୁ ଯାଇ ତାଙ୍କ ଦାୟାଦଙ୍କ ସହିତ ସାକ୍ଷାତ ପୂର୍ବକ ଇଷ୍ଟ ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ତତ୍ ପରେ ଶହୀଦ ସ୍ମୃତି ପୀଠରେ ଉପ ଜିଲ୍ଲାପାଳ, ଅନ୍ଯାନ୍ୟ ଅତିଥି, ମାନ୍ଯଗଣ୍ଯ ବ୍ଯକ୍ତି ତଥା ଶହୀଦ ପରିବାରର ସଦସ୍ୟ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରି ବୀର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ସ୍ମୃତି ସଭାରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ଯଅତିଥି ଭାବରେ ଯୋଗଦାନ କରି ତାଙ୍କ ବକ୍ତବ୍ଯରେ ମୁକ୍ତି ସଂଗ୍ରାମର ପୃଷ୍ଠଭୂମି ତଥା ବୀରତ୍ବର ଇତିହାସକୁ ବଞ୍ଚାଇ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ ଲୋକକବି ପଦ୍ମଶ୍ରୀ ହଲଧର ନାଗ ଯୋଗଦାନ କରି ସଂଗ୍ରାମୀ ମାନଙ୍କର ବୀରତ୍ବର ଗାଥାକୁ ଉଜ୍ମୀବିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସୋହେଲା ବିଡିଓ ବିଶ୍ବରଞ୍ଜନ କର, ତହସିଲଦାର ସୋହେଲା ମାନସ ରଞ୍ଜନ ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ପଟେଲ ଯୋଗଦାନ କରି ତାଙ୍କର ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ । ସଂଗ୍ରାମୀ ପରିବାରର ଦାୟାଦ ରାଜମାତା ମମତା ସିଂ ବରିହା ସ୍ବତନ୍ତ୍ର ଅତିଥି ଭାବରେ ଯୋଗଦାନ କରି ତାଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦରୱାନ ଶହୀଦ ପରିବାର ଦାୟାଦ ରାଜମାତା ମମତା ସିଂ ବରିହା ଏବଂ ଲୋକକବି ରତ୍ନ ପଦ୍ମଶ୍ରୀ ହଲଧର ନାଗଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭା ପ୍ରାରମ୍ଭରେ ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ଦେଇଥିଲେ ଏବଂ କାର୍ଯ୍ୟକ୍ରମରେ ଘେଁସ ଗ୍ରାମ୍ଯ କମିଟି ସଦସ୍ୟ, ମାନ୍ଯଗଣ୍ଯ ବ୍ଯକ୍ତି, ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

sixteen − four =

error: Content is protected !!